ବସ ଧକ୍କାରେ ବାଇକ ଚାଳକ ମୃତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଲକ୍ ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ନିକଟରେ ବସ ଧକ୍କା ରେ ବାଇକ ଚାଳକ ଙ୍କ ମୃତ ହୋଇଥିବା ଜଣାପଡିଛି l ମୃତକ ଜଣଙ୍କ ହେଲେ ଗଜପତି ଜିଲ୍ଲା ରାମଗିରି ଗ୍ରାମର ଗୋପୀନାଥ ପ୍ରଧାନ l ସୂଚନା ଯୋଗ୍ୟ ଯେ OD02B2540 ବସ ଟି ଗଜପତି ଜିଲ୍ଲା ରୁ ବ୍ରହ୍ମପୁର ଆସିବା ବାଟରେ ଡେଙ୍ଗାଓସ୍ତା ଛକ ନିକଟରେ ଦିଗପହଣ୍ଡି ରୁ ରାମଗିରି ଅଭିମୁଖେ ଆସୁଥିବା ମୋଟର ସାଇକେଲ କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମୃତ ହୋଇଥିଲା l ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ବସ ଓ ମୋଟର ସାଇକେଲ କୁ ଜବତ କରିଥିବା ବେଳେ ମୃତ ଦେହ କୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ପଠା ଯାଇଥିବା ଜଣାପଡିଛି l


