ବସ -ବାଇକ ଧକ୍କା, ୧୪ ଗୁରୁତର
ଆଠଗଡ: ଆଠଗଠ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୂର୍ଘଟଣାରେ ୧୪ ଜଣ ଆହାତ ହୋଇଛନ୍ତି । ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁଯାୟୀ ସାବିତ୍ରୀ ଗଣନାଟ୍ୟର ଏକ ବସ୍ ପାରାଦ୍ୱୀପରୁ ଅନୁଗୁଳ ଯାଉଥିବା ବେଳେ କଟକ ସମ୍ବଲପୁର ରାସ୍ତା ଦେଇ ବାଇକ ଆସୁଥିବା ବେଳେ ଧକ୍କା ହୋଇଥିଲା । ବାଇକର ୨ ଜଣଙ୍କ ସମେତ ବସରେ ବସିଥିବା ୧୨ ଜଣ ଆହାତ ହୋଇଛନ୍ତି । ବାଇକକୁ ଧକ୍କା ହେବା ପରେ ବସ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା ଉପରେ ବସଟି ଓଲଟି ପଡିଥିଲା । ବସ ଓଲଟିବା ଫଳରେ ଲୋକ ମାନେ ଓ ମୋଟର ଯାନ ଗୁଡକ ଯିବା- ଆସିବାରେ ବାଧାପ୍ରାପ୍ତ ଉପୁଜୁଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।