ବସ ମାଲିକ ଙ୍କୁ ମାଡ଼ ମାରି ଲୁଟ ମାମଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ଠାରୁ ନୂଆପଡ଼ା ଭାୟା ଦିଗପହଣ୍ଡି ଚଳାଚଳ କରୁଥିବା ଶିବଶକ୍ତି ନାମକ ଘରୋଇ ଯାତ୍ରୀବାହି ବସ ମାଲିକ ଦାଉଣୀ ଗ୍ରାମର ସଞ୍ଜୟ କୁମାର ସାହୁ ଙ୍କୁ ମାଡ଼ ମାରି ୫ ହଜାର ଟଙ୍କା ଲୁଟି ନେଇଥିବା ମାମଲା ରେ ଦିଗପହଣ୍ଡି ପୋଲିସ ବସ ର ଡ୍ରାଇଭର ଏବଂ କଣ୍ଡକ୍ଟର ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଦିଗପହଣ୍ଡି ଥାନା ପେଣ୍ଡୁରାବାଡ଼ି ଗ୍ରାମର ଡ୍ରାଇଭର ମୋହନ ରଥ ଏବଂ କଲ୍ୟାଣପୁର ଗ୍ରାମର କଣ୍ଡକ୍ଟର ସୁରେନ୍ଦ୍ର ରେଡ୍ଡୀ।ଥାନା ମାମଲା ନଂ.୪୩୯/୨୩ ଦଫା -୩୯୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ବସ ମାଲିକ ଉଭୟ ଡ୍ରାଇଭର ଏବଂ କଣ୍ଡକ୍ଟର ଙ୍କ କିଛି ମଜୁରୀ ବାକି ଥିଲେ।ବାରମ୍ବାର ମାଗିବା ସତ୍ତ୍ଵ୍ଵେ ସେ ଦେଇ ନଥିଲେ।ସୋମବାର ଅପରାହ୍ନ ପ୍ରାୟ ୪ ଟାରେ ଉଭୟ ଡ୍ରାଇଭର ଓ କଣ୍ଡକ୍ଟର ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର କଲ୍ୟାଣ ପୁର ଛକ ନିକଟରେ ଯାତ୍ରୀବାହୀ ବସ କୁ ଅଟକାଇ ମାଲିକ ଙ୍କ ଠାରୁ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା।ପୋଲିସ ଘଟଣାର ତଦନ୍ତ କରି ଉଭୟ ଡ୍ରାଇଭର ଏବଂ କଣ୍ଡକ୍ଟର ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।