ବସ ମାଲିକ ମାନେ କୋଭିଡ -୧୯ ଗାଇଡ଼ ଲାଇନ ମାନି ଗାଡି ଚଳାଇବାକୁ ଜିଲ୍ଲାପାଳଙ୍କ ଟୁଇଟ ଯୋଗେ ସୂଚନା

ଛତ୍ରପୁର,(ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ରେ ବର୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା  ଧୀରେ ଧୀରେ କମି କମି ଆସୁଛି l ଜିଲ୍ଲା ରେ ଆକ୍ରାନ୍ତ  ଶୂନ କରିବା ରେ ଲାଗିପଡିଛନ୍ତି ସମସ୍ତ ବର୍ଗ ର ଅଧିକାରୀ ଓ କର୍ମଚାରୀ ମାନେ  l କରୋନା ସଂକ୍ରମଣ  କୁ ରୋକିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି  ସମସ୍ତେ ପଞ୍ଚସୂତ୍ରୀ ନିୟମ ମାନିବାକୁ କୁହାଯାଇଛି l ଜିଲ୍ଲାର ତିନୋଟି ବ୍ଲକ ରେ ସମ୍ପୂର୍ଣ କରୋନା ମୁକ୍ତ ହୋଇଥିବା ବେଳେ ଜିଲ୍ଲାକୁ ଗ୍ରୀନ ଜୋନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ସମସ୍ତେ  କାର୍ଯ୍ୟରେ ଲାଗିଛନ୍ତି l ଜିଲ୍ଲାର ଅବସ୍ଥା ଟିକିଏ ସୁଧାର ଆସିବା ପରେ ଦୋକାନ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ ମାନେ l ଏତିକି ଭିତରେ  ବସ ଗୁଡିକ ଦୀର୍ଘ ଦିନ ଧରି ପଡି ରହିଥିବା ବେଳେ ଗତ କିଛି ଦିନ କିଛି ବସ ମାଲିକ ମାନେ ବସ ଚଳାଇବା ନିମନ୍ତେ ଇଛା ପ୍ରକାଶ କରିଛନ୍ତି ଆଉ କେତେ ବସ ଗଡ଼ିଲାଣି ତେଣୁ ବସ ରେ ଯାତ୍ରା କରୁଥିବା ଯାତ୍ରୀ ଙ୍କ ନିମନ୍ତେ କେତକ ନିୟମ ରହିବା ସହ ବସ ମାଲିକ ମଧ୍ୟ କୋଭିଡ ନିୟମ ର ଧ୍ୟାନ ଦେବାକୁ ଟୁଇଟ ଯୋଗେ ଗଞ୍ଜାମ ଜିଲ୍ଲାପାଳ  ସଚେତନ କରିଛନ୍ତି l   ବସ୍ ମାଲିକମାନଙ୍କୁ  ବସ୍ ରେ  ସାନିଟାଇଜର ଉପଲବ୍ଧ ରଖନ୍ତୁ , ବସ୍ ରେ ଅକ୍ସିମିଟର, ଇନଫ୍ରାୱାର୍ଡ ଥର୍ମୋମିଟର ରଖିବା ସହ ଯାଞ୍ଚ କରିବା ନିଶ୍ଚିତ କରନ୍ତୁ, ଯେ କୋଣସି ଯାତ୍ରୀ  ମାସ୍କ ନାହିଁ ତ  ଏଣ୍ଟ୍ରି ନାହିଁ, ଆବଶ୍ୟକ ହେଲେ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ମାସ୍କ ଉପଲବ୍ଧ ରଖନ୍ତୁ |ଯଦି  କୋଣସି କୋଭିଡ -୧୯ ଲକ୍ଷଣାତ୍ମକ ଯାତ୍ରୀମାନେ ତୁରନ୍ତ ସୂଚନା ଦିଅନ୍ତୁ ବୋଲି ଜିଲ୍ଲାପାଳ ଟୁଇଟ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ