ବହଳଦାରୋଡ ରେଳ ଷ୍ଟେସନ ପରିସରରୁ ଉଚ୍ଛେଦ ନୋଟିସ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) ; ଟାଟା-ବାଦାମପାହାଡ ରେଳ ମାର୍ଗର ସଂପ୍ରସାରଣ କରାଯାଇ ବାଙ୍ଗ୍ରିପୋଷି ରେଳ ମାର୍ଗ ସହ ସଂଯୋଗ କରାଯିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିବାବେଳେ ରେଳ ବିଭାଗ ପକ୍ଷରୁ ଉକ୍ତ ପ୍ରକଳ୍ପର ମଞ୍ଜୁରୀ ହୋଇଥିବା ସହ ରେଳପଥର ଦୋହରୀ କରଣ (ଡବଲ ଲାଇନ୍) ଓ ବିଦ୍ୟୁତ କରଣ କରାଯିବାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେଉଥିବା ଦେଖିବାକୁ ମିଳୁଛି।ରେଳପଥ ସଂପ୍ରସାରଣ ପ୍ରକ୍ରିୟା ସ୍ବରୁପ ବହଳଦାରୋଡ ରେଳ ଷ୍ଟେସନ ପରିସରେ ବସବାସ କରୁଥିବା ଏବଂ ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବାକୁ ନୋଟିସ ପ୍ରଦାନ କରାଯାଇଛି।ଫଳରେ ଜୀବନ ଜୀବିକାର ଅନ୍ବେଷଣରେ ଆସି ବହଳଦାରୋଡ ଷ୍ଟେସନ ନିକଟ ବର୍ତ୍ତି ସ୍ଥାନ ମାନଙ୍କରେ ବସତି ସ୍ଥାପନ କରି ଏବଂ ଭଡା ସୂତ୍ରରେ ୪୦/୫୦’ ବର୍ଷ ଧରି ରହି ସଂସାରିକ ଜୀବନ ଅତିବାହିତ କରିଆସୁଥିବା ଭୂମିହିନ ଲୋକଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି।ନିଜ ଭିଟାମାଟି ଛାଡି ୨/୩’ ପିଢିରୁ ଏଠାରେ ଜନ୍ମ ଗ୍ରହଣ କରି ଏଠିକାର ବାସିନ୍ଦା ପାଲଟିଥିବା ବେଳେ ଉଚ୍ଛେଦ କରାଗଲେ ଛୁଆପିଲା ପରିବାରକୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବେ ବୋଲି ପାଖାପଖି ୧୩’ ପରିବାର ଚିନ୍ତାରେ ଅଛନ୍ତି।ଉଚ୍ଛେଦ ହେବାକୁ ଥିବା ରେଲଓ୍ବେ ପରିସର ମଧ୍ୟରେ ବସତି ସ୍ଥାପନ କରି ରହୁଥିବା ଏବଂ ଭଡା ସୂତ୍ରରେ ରହୁଥିବା ଭୂମିହିନ ପରିବାର ବର୍ଗର ଲୋକେ ଏକତ୍ରୀତ ହୋଇ ଝରାଡିହି ରାଜସ୍ବ ନିରୀକ୍ଷକ ଏବଂ ବହଳଦା ତହସିଲରେ ସରକାର’ଙ୍କ ପକ୍ଷରୁ ଘରତୋଳିବାକୁ ଜମି ପ୍ରଦାନ କରାଯିବାକୁ ଲିଖିତ ଭାବେ ଦାବି ଜଣାଇଛନ୍ତି।ଜମି ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ ଯୋଜନାରେ ଆବଶ୍ୟକ କାଗଜ ପତ୍ର/ପ୍ରମାଣ ପତ୍ର ତିଆରି ହୋଇ ନପାରିବାରୁ ଏହି ପରିବାର ଗୁଡିକ ବଭିନ୍ନ ସରକାରୀ ଯୋଜନା ଗୁଡିକରୁ ବଞ୍ଚିତ ହେଉଥିବା ବେଳେ ପିଲା ମାନେ ପାଠପଢା ଭଳି ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଛନ୍ତି।ଏହି ସମସ୍ୟାକୁ ନେଇ ତିରିଂ ଜିଲ୍ଲା ପରିଷଦ ସଭ୍ୟ ପରେଶ ମୁଣ୍ଡା ଆଜି ଝରାଡିହି ପଞ୍ଚାୟତ କାର୍ୟ୍ୟାଳୟକୁ ପହଞ୍ଚି ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଏବଂ ସେ ଅତିଶିଘ୍ର ରାଜସ୍ବ ମନ୍ତ୍ରୀ’ଙ୍କୁ ଏ ସମସ୍ୟା ବିଷୟରେ ଅବଗତ କରାଇବେ । ଏହି ସମସ୍ୟାକୁ ନେଇ ତିରିଂ ଜିଲ୍ଲା ପରିଷଦ ସଭ୍ୟ ପରେଶ ମୁଣ୍ଡା ଆଜି ଝରାଡିହି ପଞ୍ଚାୟତ କାର୍ୟ୍ୟାଳୟକୁ ପହଞ୍ଚି ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଏବଂ ସେ ଅତିଶିଘ୍ର ରାଜସ୍ବ ମନ୍ତ୍ରୀ’ଙ୍କୁ ଏ ସମସ୍ୟା ବିଷୟରେ ଅବଗତ କରାଇବେ ବୋଲି ବୈଠକରେ ଉପସ୍ଥିତ ଆବେଦନକାରୀଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ଭୂମିହିନ ଏବଂ ଉଚ୍ଛେଦ ହେବାକୁଥିବା ପରିବାର ବର୍ଗଙ୍କୁ ଯଥାଶିଘ୍ର ଜମି ପ୍ରଦାନ କରାଯିବାରେ ସହଯୋଗ ପ୍ରଦାନ ଅରିବେ ବୋଲି କହିଥିଲେ।ଏହି ବୈଠକରେ ଝରାଡିହି ସରପଞ୍ଚ ମହେନ୍ଦ୍ର ସରଦାର,ସାମ୍ବାଦିକ ପ୍ରଭାସ ଦାସ,ଛୁଟୁ ଏବଂ ବିକ୍ରାମ ହାଁସଦାଃ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ମୁଣ୍ଡାଙ୍କୁ ସହଯୋଗ କରିଥିବାବେଳେ ସ୍ଥାନୀୟ ଯୁବକ ଆନନ୍ଦ ସିଂ,ରବି ସିଂ,ସୂରଜ ମହାରଣା ଓ ଧୂସା ପଲେଇଙ୍କ ନେତୃତ୍ବରେ ଏହି ବୈଠକ ଆୟୋଜିତ ହୋଇଥିଲାବେଳେ ଆବେଦନ କାରୀ ମହିଳା ଓ ପୁରୁଷ ମାନେ ବୈଠକରେ ଉପସ୍ଥିତ ରହିଥିଲେ ଏବଂ ଜନ ପତିନିଧି ଏବଂ ସରକାରୀ ବିଭାଗ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଯଥାଶିଘ୍ର ଭୂମିହିନ ମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବାକୁ ଦାବି ଉପସ୍ଥାପନ କରିଥିଲେ।