ବହଳଦା ‘ଆମ ପୋଲିସ ସମିତି’ ଆନୁକୁଲ୍ୟରେ ୧୫୫ ୟୂନିଟ୍ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷୟ ବି‌ଶ୍ୱାଳ): ରକ୍ତଦାନ ମହତ ଦାନ । ପ୍ରବଳ ରୌଦ୍ରତାପ ।୪୨ ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛି ଜୀବନ । ପ୍ରବଳ ଗୁଳୁଗୁଳି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘରୁ ବାହାରିବା ଅସମ୍ଭବ । ଏଭଳି କାଳ ବୈଶାଖୀ ସମୟରେ ଡ଼ାକ୍ତରଖାନାରେ ଘୋର ରକ୍ତ ସଂକଟ ଦେଖା ଦେଇଛି । ରକ୍ତ ପାଇଁ ଡାକ୍ତରଖାନାରେ ଛଟପଟ ହେଉଛନ୍ତି ରୋଗୀମାନେ । ପ୍ରବଳ ଡ଼ହ ଡ଼ହ ଖରା ପାଇଁ ଯାହାକୁ ଡାକିଲେ ବି କେହି ରକ୍ତଦାନ କରିବାକୁ ଆଗ୍ରହ କରୁ ନାହାନ୍ତି ।ରୋଗୀମାନଙ୍କର ରକ୍ତ ପାଇଁ ଜୀବନ ସହ ସଂଘର୍ଷ କରୁଥିବାବେଳେଏଭଳି ଘଡିଷନ୍ଧି ସମୟରେ ମୟୂରଭଂଜ ପୋଲିସ ସହଯୋଗର ହାତ ବଢ଼ାଇଛି ।ପୋଲିସ ଯେ କେବଳ ମଣିଷର ଧନ, ସଂପତ୍ତି,ଜୀବନ ରକ୍ଷା କରୁଛି ତାହା ନୁହଁ ।ସମାଜର ସାମାଜିକ ବିକାଶରେ ମଧ୍ୟ ଆଗକୁ ପାଦ ଥୋଇଛି । ଡ଼ାକ୍ତରଖାନାରେ ରକ୍ତ ପାଇଁ ମୂତ୍ଯୁମୁଖରୁ ରକ୍ଷା କରିବା ପାଇଁ ଆମ ପୋଲିସ ସହାୟତାରେ ରକ୍ତ ସଂଗ୍ରହ କରି ଶହ ଶହ ଜୀବନ ରକ୍ଷା କରିବାରେ ସହାୟତା କରୁଛି । ମୟୂରଭଂଜ ଜିଲ୍ଲାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବହଳଦା ଥାନାର ‘ଆମ ପୋଲିସ ସମିତି’ସହାୟତାରେ ଶନିବାର ଦିନ ଏକ ବିଶାଳ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏଭଳି ରକ୍ତ ସଂକଟ ସମୟରେ ରକ୍ତଦାତାମାନେ ଉତ୍ସର୍ଗୀକୃତ ଭାବରେ ରୋଗୀମାନଙ୍କ ଅମୂଲ୍ୟ ଜୀବନ ରକ୍ଷା ପାଇଁ ରକ୍ତଦାନ କରିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ବହଳଦା ଥାନାଧିକାରୀ ଯୋଗେନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତଦାନ ସଂଗ୍ରହ କରାଯାଇଥିଲା ।ରକ୍ତଦାନ ରେକର୍ଡ ସଂଖ୍ୟକ ୧୫୫ ୟୂନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀଙ୍କ ସମେତ ବହଳଦା ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭିକ୍ଟୋରିଆ କ୍ଲବ’ର ସଭାପତି ରାହୁଲ ଯାଦବ,ନିଖିଲ ଅଗ୍ରୱାଲ,ପ୍ରକାଶ ସାହୁ,ଅଂଶୁମାନ ମଲ୍ଲିକ ଏବଂ ଅନ୍ୟ ସଦସ୍ୟମାନେ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟମାନେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ରେ ସହଯୋଗ କରିଥିଲେ । ପୂର୍ବରୁ ମଧ୍ୟ ବହଳଦା ପୋଲିସ ତରଫରୁ ୧୫୪ ୟୂନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ର,ଜଳେନ୍ଦ୍ର ନାଥ ରଣା ଏବଂ ଅନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିବାରେ ଭୂମିକା ନିଭାଇଥିଲେ । ବହଳଦା ଥାନାଧିକାରୀ ଯୋଗେନ୍ଦ୍ର ମଲ୍ଲିକ, ଭିକ୍ଟୋରିଆ କ୍ଲବ କର୍ମକର୍ତ୍ତାଙ୍କ ବଳିଷ୍ଠ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ