ବହଳଦା ପୋଲିସ ସମିତି ପକ୍ଷରୁ ୧୫୪ ୟୂନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅନ୍ତର୍ଗତ ବହଳଦା ଥାନା ପରିସରରେ ବହଳଦା ପୋଲିସ ସମିତି ଆନୁକୁଲ୍ୟରେ ମଙ୍ଗଳବାର ଦିନ ୧୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସୂଚନାଯୋଗ୍ୟ ଯେ କରୋନା ମହାସଂକ୍ରମଣରେ ସାଂପ୍ରତିକ ପରିସ୍ଥିତିରେ ସାରା ଦୁନିଆଁ ଥରହର । ଏହାର ପ୍ରଭାବ ଡାକ୍ତର ଖାନାରେ ପଡିଛି । ଡାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଛି ।ରକ୍ତ ପାଇଁ ଜୀବନ ସହ ଯୁଝି ହେଉଛନ୍ତି ରୋଗୀମାନେ । ଏହାକୁ ଉପଲବ୍ଧ କରିଛନ୍ତି ରାଇରଙ୍ଗପୁର ପୋଲିସ ସର୍କଲ ଅଫିସର ବୃନ୍ଦ ।ପୋଲିସ ଯେ କେବଳ ଲୋକଙ୍କ ଧନ ଓ ଜୀବନ ସୁରକ୍ଷା ତାହା କେବଳ ନୁହଁ । ସେମାନେ ମଧ୍ୟ ସାମାଜିକ କାମରେ ପାଦ ଆଗକୁ ବଢାଇଛନ୍ତି । ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରିଛନ୍ତି । ମଙ୍ଗଳବାର ଦିନ ବହଳଦା ଥାନା ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା , ସମ୍ମାନିତ ଅତିଥି ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ରକ୍ତଦାନ ଶିବିର ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବହଳଦା ଥାନା ଅଧିକାରୀ ଯୋଗେନ୍ଦ୍ର ମଲ୍ଲିକ , ପୋଲିସ କର୍ମଚାରୀ ଏବଂ ପୋଲିସ ସମିତି ସଦସ୍ୟମାନେ, ବରିଷ୍ଠ ସାମ୍ବାଦିକ ପ୍ରଭାସ ଦାସ, ମଧୁସୂଦନ ଦାସ, ପୁଷ୍ପାଞ୍ଜଳି ରାଉତ,କେଶବ ମହାନ୍ତ, ଶଙ୍କର ମହାନ୍ତ, ବସନ୍ତ ଭାଙ୍ଗିଲେ, ଦୀନେଶ ମହାନ୍ତ ପରିଚାଳନା ରେ ସହଯୋଗ କରିଥିଲେ ।୧୫୪ ଜଣ ରକ୍ତଦାତା ଏହି ରକ୍ତ ଦାନ ମହତ କାମ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଡଃ ପବିତ୍ର ପ୍ରତ୍ୟୁଷ ମିଶ୍ର , ଡଃ ହିମାଂଶୁ ନାଏକ,ଜଳେନ୍ଦ୍ର ନାଥ ରଣା, ବୈକୁଣ୍ଠ ନାଥ ସାମଲ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀ ରକ୍ତ ସଂଗ୍ରହ କରିଥିଲେ ।ବହଳଦା ପୋଲିସର ଏଭଳି ସାମାଜିକ କାମକୁ ସାଧାରଣ ରେ ପ୍ରଶଂସା କରାଯାଇଛି ।