ବହଳଦା ବଜାର ସମେତ ସମସ୍ତ ସଙ୍ଗରୋଧ କେନ୍ଦ୍ର ବିଶୋଧିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ସମସ୍ତ ସଙ୍ଗରୋଧ କେନ୍ଦ୍ର ସମେତ ବହଳଦା ଅଞ୍ଚଳର ବିଭିନ୍ନ ପ୍ରମୁଖ ସ୍ଥାନ ଗୁଡିକରେ ଅଗ୍ନିଶମନ ବିଭାଗ ଦ୍ବାରା ବିଶୋଧନ କାର୍ଯ୍ୟ ସମ୍ପାଦିତ ହୋଇଯାଇଛି।ବହଳଦା ବ୍ଲକ ବିଡିଓ’ଙ୍କ ନିର୍ଦ୍ଧେଶ ଅନୁସାରେ ବହଳଦା ଅଗ୍ନିଶମନ ବିଭାଗ ପକ୍ଷରୁ ବହଳଦା ବ୍ଲକର ପ୍ରତ୍ୟୋକ ଗ୍ରାମପଞ୍ଚାୟତରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ ଚିକତ୍ସାକେନ୍ଦ୍ର ସମେତ ବହଳଦା ବଜାର ଅଞ୍ଚଳ,ସ୍ବାସ୍ଥ୍ୟକେନ୍ଦ୍ର,ବିଭିନ୍ନ କାର୍ଯ୍ୟାଳୟ ପରିସର ଗୁଡିକୁ ବିଶୋଧିତ କରାଯାଇଛି।ପର୍ଯ୍ୟାୟ ଅନୁଯାୟୀ ପ୍ରଥମେ ୧୧’ତାରିଖ ଦିନ ବହଳଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର,ବହଳଦା ଥାନା,ବହଳଦା ବାଳକ ଉଚ୍ଚ ବିଦ୍ୟାଳୟ, ଦ୍ବିତୀୟ ଦିବସ ୧୨’ତାରିଖ ଦିନ ଅଁଳାଯୋଡି ଗ୍ରାମପଞ୍ଚାୟତର ନେଉତି ସଙ୍ଗରୋଧ କେନ୍ଦ୍ର,ତିଖିଆ ଉପ୍ରା ବିଦ୍ୟାଳୟ କୋଭିଡ ସେଣ୍ଟର,ଅସନା ସଙ୍ଗରୋଧ କେନ୍ଦ୍ର,ଅଁଳାଯୋଡି ପଞ୍ଚାୟତ କାର୍ଯ୍ୟାଳୟ,ଭିତରାମଦା ଗ୍ରାମପଞ୍ଚାୟତର ଜାରିତାଣ୍ଡି ଉଚ୍ଚବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ର,ଗିଦିଘାଟୀ ସଙ୍ଗରୋଧ କେନ୍ଦ୍ର,କାଙ୍କି ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର,ଇନ୍ଦଖୋଳି ସଙ୍ଗରୋଧ କେନ୍ଦ୍ର ତୃତୀୟ ଦିବସ ୧୩’ତାରିଖ ଦିନ ଗମ୍ଭାରିଆ ପଞ୍ଚାୟତ କାର୍ଯ୍ୟାଳୟ,କାଦୁଆଣି ଏକଲବ୍ୟ ବିଦ୍ୟାଳୟ ସଂଗରୋଧ କେନ୍ଦ୍ର,ବାସିଙ୍ଗି ସଙ୍ଗରୋଧ କେନ୍ଦ୍ର,ବାସିଙ୍ଗି କଲୋନୀ ଉପ୍ରା ବିଦ୍ୟାଳୟ,ଯଶିପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ,ଏଏନଏମ କେନ୍ଦ୍ର,ଯଶିପୁର ସଙ୍ଗରୋଧ କେନ୍ଦ୍ର,ଝରାଡିହି ଗ୍ରାମପଞ୍ଚାୟତ ସାଙ୍ଗରୋଧ କେନ୍ଦ୍ର,ବାଳିକା ଉଚ୍ଚ ବିଦ୍ୟାଳୟ ଓ ଚତୁର୍ଥ ଦିବସ ୧୪’ତାରିଖ ଦିନ ବଡପଳସା ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର,ବହଳଦା ବ୍ଲକ କାର୍ଯ୍ୟାଳୟ,ସିଡିପିଓ କାର୍ଯ୍ୟାଳୟ,ବହଳଦା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଅଫ ଇଣ୍ଡିଆ,ଷ୍ଟେଟ ବ୍ୟାଙ୍କ ପରିସର ସମେତ ବହଳଦା ବଜାରର ସମଗ୍ର ଅଞ୍ଚଳ କୁ ବିଶୋଧିତ କରାଯାଇଛି।ଅଗ୍ନିଶମନ ବିଭାଗର ଓଆଇସି ଅର୍ଜୁନ ଚରଣ ମହାନ୍ତ’ଙ୍କ ନେତୃତ୍ବରେ ଆଗ୍ନିକ ଦାଶରଥି ମୁଣ୍ଡା,ନିକୁଞ୍ଜ ବିହାରୀ ଶା,ସରୋଜ କୁମାର ପରିଡା,କାଳିଆ ସିଂ ଓ ଅଗ୍ନିଶମନ ବାହନ ଚାଳକ ତପନ କୁମାର ମହାନ୍ତ ପ୍ରମୁଖ ବିଶୋଧନ କାର୍ଯ୍ୟ ସଂପାଦିତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ