ବହଳଦା ବନବିଭାଗ ଦ୍ବାରା ବିଞ୍ଝୁଆ ଗ୍ରାମରୁ ପଥଭ୍ରଷ୍ଟ ହରିଣ ଉଦ୍ଧାର
ରାଇରଙ୍ଗପୁର:ବହଳଦା ବନ ବିଭାଗ ଦ୍ବାରା ବିଞ୍ଝୁଆ ଗ୍ରାମରୁ ଏକ ୬/୭’ ବର୍ଷ ବୟସ୍କ ହରିଣ ଛୁଆ ଉଦ୍ଧାର କରାଇଛି।ସୂଚନା ଅନୁସାରେ କାଙ୍କି ଗ୍ରାମ ପଟୁ ବାଟବଣା ହୋଇ ଏକ ହରିଣ ଛୁଆଟି ଦୌଡିଆସି ବିଞ୍ଝୁଆ ଗ୍ରାମକୁ ପ୍ରବେଶ କଲାପରେ ରାଜୀବ ମହାପାତ୍ର ନାମକ ବ୍ୟକ୍ତି’ଙ୍କ ଘରେ ପଶିଯାଇଥିଲା।ବ୍ୟକ୍ତି ଜଣକ ବନ ବିଭାଗ ଅଧିକାରୀ’ଙ୍କୁ ଘଟଣା ବିଷୟରେ ତୁରନ୍ତ ଅବଗତ କରିଥିଲେ।ସକାଳ ୭.୧୫ ମିନିଟ୍ ସମୟରେ ଖବରପାଇ ବହଳଦା ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ,ଫରେଷ୍ଟର ଜିତେନ୍ଦ୍ର ବେହେରା,ବନରକ୍ଷୀ ଶୁଭସ୍ମୀତା ଗିରି,ପାରାଷ୍ଟାଫ୍ ଇନ୍ଦ୍ରାୟ ଟୁଡୁ,ମୋହନ ମହାକୁଡ,ବସନ୍ତ ମଣ୍ଡଳ ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚି ହରିଣଟିକୁ ଉଦ୍ଧାର କରିବା ସହିତ ବହଳଦା ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।ପରେ ଡିଏଫଓ ଅରୁଣ କୁମାର ମିଶ୍ର’ଙ୍କ ନିର୍ଦ୍ଧେଶରେ ଶିମିଳିପାଳ ଅଭୟାରଣ୍ୟର ଚହଲା ଅଞ୍ଚଳରେ ଛାଡି ଦିଆଯାଇଥିଲା।ହରିଣଟି ଭୟଭୀତ ଅବସ୍ଥାରେ ବିଞ୍ଝୁଆ ଗ୍ରାମର ଉକ୍ତ ବ୍ୟକ୍ତିଙ୍କ ଘରେ ପ୍ରବେଶ ସମୟରେ ମୁହରେ ବାଡେଇ ହୋଇଥିବାରୁ ଦାନ୍ତରେ ଆଘାତ ଲାଗିଥିଲା ତାଛଡା ହରିଣଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ ସୂଚନା ହସ୍ତଗତ ହୋଇଛି।ତେବେ କରୋନା ଭୂତାଣୁର ସଂକ୍ରମଣକୁ ଏଡାଇବାକୁ ସମସ୍ତେ ଲୋକଡାଉନ ପାଳନ କରୁଥିବା ସମୟରେ ହରିଣ ଦେଖିବାକୁ ଲୋକେ ନାହିଁ ନଥିବା ଗହଳି କରିଥିବା ଦେଖିବାକୁ ମିଳିଥିଲା।


