ବହଳଦା ବନାଞ୍ଚଳ ଆନୁକୁଲ୍ୟରେ ଅମୃତ ମହୋତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ ବି‌ଶ୍ୱାଳ): ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବହଳଦା ବନାଞ୍ଚଳ ଅଧିନସ୍ଥ ବାନାଡୁଙ୍ଗୁରୀରେ ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ବାଧୀନତାର ୭୫ ବର୍ଷ ରୌପ୍ୟ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ( ୧୨ ମାର୍ଚ୍ଚ ୨୦୨୧ରୁ ଅଗଷ୍ଟ ୧୫ ୨୦୨୨) ୭୫ ମଧ୍ୟରେ ସପ୍ତାହ ପାଳନ ଅବସରରେ ବାନାଡୁଙ୍ଗୁରୀ ବନ ସୁରକ୍ଷା ସମିତି ତରଫରୁ ଅମୃତ ମହୋତ୍ସବ ବାନାଡୁଙ୍ଗୁରୀ ବନ ସୁରକ୍ଷା ସମିତିର ସଭାପତି ରାମରାଜ ଟୁଡୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜୟ ମାହାଲି, ସମ୍ମାନିତ ଅତିଥି ରାମଦାସ ଟୁଡୁ, ଖବରଦାତା ବସନ୍ତ ଷାଣ୍ଡଲି ,ଵନପାଳ ମହାବୀର ସିଂ, ଗ୍ରାମର ମୁଖିଆମାନେ ଯୋଗ ଦେଇଥିଲେ । ସ୍ବାଧୀନତାର ଦିର୍ଘ ୭୫ ବର୍ଷ ମଧ୍ୟରେ ଦେଶର ପ୍ରଗତି ବୃଦ୍ଧି ପାଇଛି । ସରକାରଙ୍କ ଜଙ୍ଗଲ ବିଭାଗ ମାଧ୍ୟମରେ ଶିମିଳିପାଳ ଜୈବ ମଣ୍ଡଳ,ବନୀକରଣ ,ହାତୀ କରିଡ଼ର, ଜୀବଜନ୍ତୁ ରକ୍ଷା,ଜଳାଶୟ,ଖାଦ୍ୟ ଉପରେ ସନ୍ତୁଳନ ରକ୍ଷା,ଜୀବନ ଜୀବିକା ଉନ୍ନତି,ଓଡ଼ିଶା ବନାଞ୍ଚଳ ଉନ୍ନୟନ ‌ପ୍ରକଳ୍ପ କାର୍ଯ୍ୟକ୍ରମ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପଞ୍ଚାୟତ ରାଜ ବିଭାଗ ଦ୍ବାରା ଉନ୍ନତି କାର୍ଯ୍ୟକ୍ରମ, ବିଜ୍ଞାନ,ସୀମା ସୁରକ୍ଷା ସଶସ୍ତ୍ର ବାହିନୀର ସ୍ଥଳବାହିନୀ, ଆକାଶବାହିନୀ,ନୌବାହିନୀକୁ ଆଧୁନିକ ଅତ୍ୟାଧୁନିକ ବିଜ୍ଞାନ କୌଶଳର ଉନ୍ନତି , ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ଉନ୍ନତି ଉପରେ ଅତିଥି ଗଣ ବକ୍ତବ୍ୟ ରଖିଥିଲେ ।ଭାରତ ସ୍ବାଧୀନତାର ଜାତିର ପିତା ମହାତ୍ମା ଗାନ୍ଧୀ, ଡ଼ଃ ଭୀମରାଓ ଆମ୍ବେଦକର,ସିଦ୍ଧ କାହ୍ନୁଙ୍କ ଅବଦାନ ଅତୁଳନୀୟ ।ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ଖବରଦାତା,ପରିବେଶ ପ୍ରେମୀ, ପ୍ରକୃତି ପ୍ରେମୀ, ସାମାଜିକ କର୍ମୀ ଯୋଗ ଦେଇଥିଲେ ।ଶେଷରେ ବନପାଳ ହେମନ୍ତ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ