ବହଳଦା ବନ ବିଭାଗ ଦ୍ୱାରା ଦୁଇ ସାପ ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ କୁଲଗୀ ଓ ଇନ୍ଦଡୁବା ଗ୍ରାମରୁ ବହଳଦା ବନବିଭାଗ ଦ୍ବାରା ୨’ଟି ବିଷଧର ସାପକୁ ଉଦ୍ଧାର କରାଯାଇ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି। ସୂଚନା ଅନୁସାରେ କୁଲଗୀ ଗ୍ରାମର ବାଙ୍ଗୀ ମୁର୍ମୁ’ଙ୍କ ଘର ମଧ୍ୟରୁ ଏକ ରଣା ସାପ ଓ ଇନ୍ଦଡୁବା ଗ୍ରାମର ରତନ ସୋରେନ୍’ଙ୍କ ଘରରୁ ଏକ ନାଗ ସାପ ବହଳଦା ବନବିଭାଗ କର୍ମଚାରୀ’ଙ୍କ ଦ୍ବାରା ଉଦ୍ଧାର କରାଯାଇଛି।ତେବେ ସୂଚନା ପାଇଲା ପରେ ଫରେଷ୍ଟର ଜିତେନ୍ଦ୍ର ବେହେରା’ଙ୍କ ନେତୃତ୍ବରେ ପାରା ଷ୍ଟାଫ ଇନ୍ଦ୍ରାୟ ମୁର୍ମୁ ଓ ବସନ୍ତ ମହାନ୍ତ’ଙ୍କ ଦ୍ୱାରା ଉକ୍ତ ସାପ ଦୁଇଟିକୁ ଉଦ୍ଧାର କରାଯାଇଛି। ତେବେ ବହଳଦା ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଦ୍ଦାର କରାଯାଇଥିବା ରଣା ସାପଟିର ଲମ୍ବ ୭’ଫୁଟ ରହି ଥିଲାବେଳେ ନାଗ ସାପଟି ୪’ଫୁଟ ଲମ୍ବର ଥିଲା।ଉକ୍ତ ସାପ ଦୁଇଟିକୁ ବହଳଦା ରେଞ୍ଜ ଅଧିନ ଗମ୍ଭାରିଆ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।


