ବହଳଦା ବ୍ଲକର ସମସ୍ତ ସରପଞ୍ଚ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଗ୍ରାମପଞ୍ଚାୟତ ଗୁଡିକର ସମସ୍ତ ସରପଞ୍ଚ ମାନଙ୍କୁ କରୋନା ଭୂତାଣୁର ସଙ୍କ୍ରମଣ ବିପକ୍ଷରେ ପ୍ରମୁଖ ଯୋଦ୍ଧା ଭାବେ ବିଜେଡି ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ସାରା ବିଶ୍ୱ ବରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଭାରତରେ ମଧ୍ୟ କରୋନା ଭୂତାଣୁ କ୍ଷିପ୍ର ବେଗରେ ତା’ର ଭୟାବହତା ପ୍ରଦର୍ଶନ କରିଚାଲିଛି।ସାରା ବିଶ୍ୱ ର ମାନବ ସମାଜକୁ ଆତଙ୍କିତ କରିଥିବା ଏହି କରୋନା ଭୂତାଣୁର ସଙ୍କ୍ରମଣ ବିପକ୍ଷରେ ଲଢିବାକୁ ଜଣେଜଣେ ଯୋଦ୍ଧା ଭାବେ ସରପଞ୍ଚ ମାନଙ୍କୁ ଛିଡା କରିବାକୁ ଯାଇ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତାରେ ସମ୍ପନ୍ନ କରିଛନ୍ତି ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ବହଳଦା ବ୍ଲକ ପରିସରରେ ଆଜି କରୋନା ବିପକ୍ଷ ଯୁଦ୍ଧରେ ନିଜ କର୍ତ୍ତବ୍ୟ ନିର୍ବାହ କରି ଚାଲିଥିବା ସମସ୍ତ ସରପଞ୍ଚ ମାନଙ୍କୁ ଉତ୍ସାହିତ କରିବାକୁ ଏହି ସମ୍ବର୍ଦ୍ଧନା ସଭାରେ ଆଦିବାସୀ ମାନଙ୍କ ପାରମ୍ପାରିକ ବସ୍ତ୍ର ଓ ମାସ୍କ ପ୍ରଦାନ କରାଯାଇ ବିଜେଡି ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ନିରାଡମ୍ବର ସମ୍ବର୍ଦ୍ଧନା ଜ୍ଞାପନ ଉତ୍ସବରେ ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ,ମୟୁରଭଞ୍ଜ ଜିଲ୍ଲା ବିଜେଡି ପ୍ରବକ୍ତା ରତିକାନ୍ତ ପରିଚ୍ଛା,ବରିଷ୍ଠ ନେତା ସଚ୍ଚିନ୍ଦ୍ର ଦାସ,ହରେକୃଷ୍ଣ ମଣ୍ଡଳ,ଲାଲମୋହନ ବାରିକ,ପ୍ରଦୀପ ସିଂ,ନାରାହଣ ମହାନ୍ତି,ବୈଦନାଥ ମହାନ୍ତ,ମଳୟ କୁମାର ଦାସ,ନାରୀ ନେତ୍ରୀ ଶ୍ରୀମତୀ ଅମ୍ବିକା ମହାନ୍ତ,ଭିକାରୀ ବେଉରା,ସଞ୍ଜୟ ଜ୍ୟୋତିଷି,ରାଜାରାମ ସାଓ,ପ୍ରବୀର ଦାଶ ଓ ମୁନ୍ନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଧାର,ବଡପଳସା ସରପଞ୍ଚ ଗାନସା ଟୁଡୁ,ଭିତରାମଦା ସରପଞ୍ଚ ଶ୍ରୀମତୀ ଜୁହି ମହାଲି,ଗିଦିଘାଟୀ ସରପଞ୍ଚ ଶ୍ରୀମତୀ ସୁନାମଣୀ ହେମ୍ବ୍ରମ,ଅସନା ସରପଞ୍ଚ ଶ୍ରୀମତୀ ଦଶମୀ ହେମ୍ବ୍ରମ,ଶଶ ସରପଞ୍ଚ ସୁକଲାଲ ଟୁଡୁ,ଅଁଳାଯୋଡି ସରପଞ୍ଚ ରାମଚନ୍ଦ୍ର ହାଁସଦାଃ,ଗମ୍ଭାରିଆ ସରପଞ୍ଚ ଭଞ୍ଜଲାଲ ହେମ୍ବ୍ରମ ଏବଂ କାଙ୍କି ସରପଞ୍ଚ ଡମାନ ମୁର୍ମୁ ପ୍ରମୁଖ’ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନା ସଭାରେ ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଧାର ଉପସ୍ଥିତ ମାନ୍ୟଗଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବା ସହିତ ଏଠାରେ ସମ୍ବର୍ଦ୍ଧିତ ହୋଇ ଉତ୍ସାହ ଦ୍ବିଗୁଣିତ ହୋଇଥିବା ଏବଂ ଆଗକୁ ଏହି ଦ୍ବିଗୁଣିତ ଉତ୍ସାହର ସହିତ କାର୍ଯ୍ୟ ସଂପାଦିତ କରିବେ ବୋଲି କହିଥିଲେ।ବିଜେଡି ଜିଲ୍ଲା ପ୍ରବକ୍ତା ରତିକାନ୍ତ ପରିଚ୍ଛା ତାଙ୍କ ବକ୍ତବ୍ୟରେ ଆମ ଅଞ୍ଚଳର ସରପଞ୍ଚ ମାନେ ସମ୍ପୂର୍ଣ୍ଣ ଦକ୍ଷତାର ସହିତ କରୋନା ସଙ୍କ୍ରମଣକୁ ରୋକିବାରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି ଏବଂ ଏହି ଘଡିସନ୍ଧି ମୁହୁର୍ତ୍ତରେ ସେମାନଙ୍କ କାର୍ଯ୍ୟ ନିହାତି ପ୍ରଶଂସନୀୟ ଏବଂ ଅଞ୍ଚଳବାସୀଙ୍କୁ ମଧ୍ୟ ସେମାନଙ୍କ କାର୍ଯ୍ୟରେ ସହୋଯଗ ପ୍ରଦାନ କରିବା ଆବଶ୍ୟକ ବୋଲି କହିଥିଲେ।ଶେଷରେ ବରିଷ୍ଠ ନେତା ହରେକୃଷ୍ଣ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।


