ବହଳଦା ବ୍ଳକରେ ସାମୂହିକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):୨୦୨୨ ମସିହାରେ ଵହଳଦା ବ୍ଳକରେ ଅବସର ନେଇ ଥିବା ସର୍ବମୋଟ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବହଳଦା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଭକ୍ତିପୂତ ସମ୍ମାନ ର ସହ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଅର୍ପଣ କରିଅଛି । ସଙ୍ଘବିଗତ କିଛି ବର୍ଷ ଧରି ବିଭିନ୍ନ ଅସୁବିଧା ରେ ବଶବର୍ତ୍ତୀ ହୋଇ ବହଳଦା ବ୍ଲକର ଏହି ଗୌରବମୟ ପରମ୍ପରା ର ପୂର୍ଣ୍ଣଛେଦ ପଡିଯାଇଥିଲା ସତ । କିନ୍ତୁ ଚଳିତ ବର୍ଷ ଶିକ୍ଷକମହାସଂଘ ର ସମସ୍ତ କର୍ମକର୍ତ୍ତା ଙ୍କ ସାମୂହିକ ପ୍ରଶଂସନୀୟ ଉଦ୍ୟମ ଫଳରେ ଏହି ଉଦାହରଣ ମୂଳକ କାର୍ଯ୍ୟକ୍ରମ ପୁନଃ ଅନୁଷ୍ଠିତ ହୋଇ, ଶିକ୍ଷା ସମାଜ ର ଅବସର ପ୍ରାପ୍ତ ବିନ୍ଧାଣି ମାନଙ୍କୁ ତାର ଭକ୍ତିପୂତ ସମ୍ମାନ ର ପୁଷ୍ପାଞ୍ଜଳି ଅର୍ପଣ କରିଅଛି । ବ୍ଲକ ର ABEO CUM BRCC ଭୂତ ନାଥ ସିଟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି ଉତ୍ସବରେ ବ୍ଲକ ସଙ୍ଘର ସଭାପତି ଶିଵନନ୍ଦନ ମହାନ୍ତ , ସମ୍ପାଦକ ନଳିନ ବେହେରା , ସମସ୍ତ CRCC , ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସମସ୍ତ କର୍ମଚାରୀ , ବରିଷ୍ଠ ଶିକ୍ଷକ ଦଶରଥ ମହାନ୍ତ, ସୁବ୍ରତ କୁମାର ପଲେଇ, ହେମନ୍ତ କୁମାର ମହାନ୍ତ, ତରଙ୍ଗ ବୀର ମହାନ୍ତ, ପୁଲୋକ କୁମାର ସେଠି, ସଞ୍ଜୟ ମହାନ୍ତ, ବିକାଶ ବେହେରା, ଘାସି ରାମ ମହାନ୍ତ ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଭା ର ଗୁରୁତ୍ୱ କୁ ବୃଦ୍ଧି କରାଇବାରେ ଦୃଷ୍ଟାନ୍ତ ମୂଳକ ପ୍ରୟାସ କରିଥିଲେ । ମଞ୍ଚ ପରିଚାଳନା ରେ ସୁବ୍ରତ କୁମାର ପଲେଇ ଓ ହେମନ୍ତ କୁମାର ମହାନ୍ତ ସାହାଯ୍ୟ କରିଥିଲେ । ବରିଷ୍ଠ ଶିକ୍ଷକ ନଳୀନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ