ବହଳାଦର ବହୁ ଚର୍ଚିତ ମାନସିଂ ହତ୍ୟାକାଣ୍ଡର ପର୍ଦାଫାଶ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଗତ ୨୬/୧୧/୨୧ଶୁକ୍ରବାର ରାତି ୧୦.୩୦ ପାଖାପାଖି ସମୟରେ ଗୃହ ମାଲିକ ମାନସିଂ ସୋରେନ(୫୨) ଏବଂ ମାଲିକାଣୀ ସାଲହମଣି ସୋରେନଙ୍କୁ ୩ ଅଜଣା ମୁଖା ପିନ୍ଧା ଘରେ ପଶି କୁରାଢି ଏବଂ ଠେଙ୍ଗାରେ ମରଣାତ୍ମକ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ମାନସିଂର ମୃତ୍ୟୁ ହୋଇଥିବାବେଳେ ସାଲହମଣି ଗୁରୁତର ଅବସ୍ଥାରେ ବାରିପଦା ସରକାରୀ ମେଡିକାଲ କଲଜରଜ ଚିକିତ୍ସିତ ହେଉଛନ୍ତି । ଆକ୍ରମଣ କରି ଆସାମୀମାନେ ରାତିରେ ଖସି ପଳାଇଥିଲେ । ଘଟଣାର ପ୍ରତ୍ୟକ୍ଷଦର୍ଶୀ ମାନସିଂର ପୁଅ ମାଝ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।ସେ ପରଦିନ ବହଳଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ୧୧୪/୨୧ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ । ପରେ ପାରପାର୍ଶ୍ବିକ ଘଟଣା ଏବଂ ଅନ୍ୟାନ୍ୟ ଗୁରୁତ୍ୟପୁର୍ଣ ତଥ୍ୟ ନେଇ ଛାନଭିନ କରିଥିଲେ । ମୟୂରଭଂଜ ଜିଲ୍ଲାର ଦକ୍ଷ ପୋଲିସ ପ୍ରଶାସକ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋରଂଜନ ବିଶ୍ୱାଳ, ଏସଡିପିଓ ରତିକାନ୍ତ ଗିରି ଏବଂ ବହଳଦା ଥାନାଧିକାରୀ ପଞ୍ଚାନନ ମହାନ୍ତି ପ୍ରମୁଖ ଘଟଣାକୁ ଗୁରୁତ୍ୟ ଦେଇ ତଦନ୍ତ କରି ଖୁବ କମ ଦିନରେ ସଫଳତା ହାସଲ କରିଛନ୍ତି । ଘଟଣାରେ ଡାହାଣୀ ଜନିତ ସନ୍ଦେହ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ମୃତକର ଭାଇ ସୋଭେନ ସୋରେନଙ୍କର ୬ମାସ ତଳେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସୋଭେନ ପରିବାର ଲୋକେ ମାନସିଂ ଯିଏକି ପୂଜାପାଠ କରେ, ଲୋକମାନଙ୍କୁ ଔଷଧ ଦିଏ ସେ ହିଁ ଗୁଣି ଗାରେଡି କରେ ଗୁଣି ଗାରେଡି କରି ସୋଭେନର ମୃତ୍ୟୁର କାରଣ ହୋଇଛି । ତେଣୁ ପରିବାର ଲୋକେ ଗୁଣି ଗାରେଡି ସନ୍ଦେହ ନେଇ ପ୍ରତିହିଂସାପରାୟଣ ହୋଇଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଜୋଇଁ ଜାମଦା ଥାନା ଅଂଚଳର ଜୀତେନ ବେଶ୍ରା ବୋଲି ପୋଲିସ ଜାଣିବାକୁ ପାଇଥିଲା । ତାକୁ ପୋଲିସ ଅଟକ ରଖି ପଚରାଉଚୁରା କରି ଦୁଇ ସୁପାର କିଲରଙ୍କୁ ଡକାଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରିଥିବା ଜୀତେନ ପୋଲିସ ସମ୍ମୁଖରେ ସ୍ୱିକାର କରିଥିଲେ । ପରେ ପୋଲିସ ଡୁବୁରି ଥାନା ଅଂଚଳର ଦୁର୍ଦାନ୍ତ ଅପରାଧୀ ପ୍ରେମଚାନ୍ଦ ବିରୁଆ ଏବଂ ଝାଡଖଣ୍ଡ ଅଂଚଳର ଦୁର୍ଦାନ୍ତ ଅପରାଧୀ ଲାଲସିଂ ସୋରେନକୁ ପୋଲିସ ଗିରଫ କରିଥିଲେ । ପୋଲିସ ସମ୍ମୁଖରେ ଆସାମୀମାନେ ଦୋଷ ସ୍ୱିକାର କରିଛନ୍ତି । ଘଟଣାର ୫ଦିନ ମଧ୍ୟରେ ପୋଲିସକୁ ସଫଳତା ମିଳିଛି । ସାମ୍ଵାଦିକ ସମ୍ମିଳନୀରେ ରାଇରଙ୍ଗପୁର ଅତିରିକ୍ତି ଆରକ୍ଷୀ ଅଧୀକ୍ଷକ ମନୋରଂଜନ ବିଶ୍ୱାଳ ଘଟଣାର ସବିଷୟ ଖବରଦାତାଙ୍କୁ ସୂଚନା ଦେଇଥିଲେ ।


