ବହିଃ ବିଦ୍ୟାଳୟ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବହିଃ ବିଦ୍ୟାଳୟ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମଦନ ମୋହନ ସେଠୀ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।ଏଥିରେ ବ୍ଲକ ର ସାତ ଗୋଟି ଉଚ୍ଚ ବିଦ୍ୟାଳୟର ୧୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୧୧ଜଣ ଶାରୀରିକ ଶିକ୍ଷକ ସହଯୋଗ କରିଥିଲେ । ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ଗୋଷ୍ଠି ଶିକ୍ଷାଧିକାରୀ ଏସ୍.ଗିରିଧର , ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଏଲ.ଗୌରୀ ଆଚାରୀ , କଞ୍ଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଇ.ଜଗନ୍ନାଥ ,ବିଦ୍ୟାଳୟ ପରିଚାଳନା ସଭାପତି ଜୟସେନ ମହାନ୍ତି ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସହିତ କରିଥିଲେ ।ବିଦ୍ୟାଳୟର ଶାରୀରିକ ଶିକ୍ଷକ ବିଭୁତି ପଟ୍ଟନାୟକ ଓ ଅରୁଣ କୁମାର ସାମନ୍ତ, ପ୍ରଜ୍ଞା ପ୍ରିୟଦର୍ଶିନୀ ପାଣି,ମଧୁସୂଦନ ମିଶ୍ର,ନିରଞ୍ଜନସାହୁ ଓ ସନ୍ତୋସିନୀ ଖିଲ ପ୍ରମୁଖ ସହଯୋଗ କରିଥିଲେ ।


