ବହି କିଣାଯିବା ଟଙ୍କା ହଡପ କଲେ କଲେଜ ଅଧ୍ୟକ୍ଷା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ)): କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭକରି ବର୍ତ୍ତମାନର ଅଧ୍ୟକ୍ଷାଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟାପକ ଦୁର୍ନିତୀ ଓ ଅନୀୟମିତତା କରିଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାଇ ପଟ୍ଟାମୁଣ୍ଡାଇ +୩ଡିଗ୍ରୀ ମହିଳା କଲେଜ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀ ଗତ ୨୦୧୮ମସିହା ସେପ୍ଟେମ୍ବରମାସ ୨୮ତାରିଖରେ କଲେଜର ସହକାରୀ ଲାଇବ୍ରେରୀଆନ ରତିରଞ୍ଜନ ନାୟକଙ୍କୁ କଟକରୁ କଲେଜ ଲାଇବ୍ରେରୀ ନିମନ୍ତେ ବହି କିଣିବାକୁ ଅଗ୍ରୀମ ଆକାରରେ ୭୦ହଜାର ଟଙ୍କା ପ୍ରଦାନ କରିବାକୁ ମଞ୍ଜୁରୀ ନିର୍ଦେଶ ଦେଇଥିଲେ ଓ ସେହି ନିର୍ଦେଶ ଅନୁଯାଇ ସହକାରୀ ଲାଇବ୍ରେରୀଆନ ଶ୍ରୀ ନାୟକ ଚେକ ନମ୍ବର ୦୦୪୫୨୯ରେ ୭୦ହଜାର ଟଙ୍କା କଲେଜ କ୍ୟାସ ସେକସନରୁ ଗ୍ରହଣ କରିଥିଲେ । କିନ୍ତୁ ପୂନର୍ବାର କଲେଜ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀ ଗତ ୨୦୧୮ମସିହା ନଭେମ୍ବରମାସ ୧୯ତାରିଖରେ ଅନ୍ୟଏକ ନିର୍ଦେଶନାମା ଜାରିକରି କଲେଜ ସହକାରୀ ଲାଇବ୍ରେରୀଆନ ଶ୍ରୀ ନାୟକଙ୍କୁ ପୁନର୍ବାର କଟକରୁ କଲେଜ ପାଠାଗାର ନିମନ୍ତେ ବହି କିଣିବା ଉଦେଶ୍ୟରେ ୭୦ହଜାର ଟଙ୍କା ଅଗ୍ରୀମ ପ୍ରଦାନ କରିବାକୁ କ୍ୟାସ ସେକସନକୁ ନିର୍ଦେଶଦେବା ଏବଂ ସେହିଅର୍ଥ ତାଙ୍କୁ ପ୍ରଦାନ କରାଯିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏହି ଦୁଇଟିଯାକ ନିର୍ଦେଶ ବଳରେ ଦୁଇଥରରେ ଏକଲକ୍ଷ ୪୦ହଜାର ଟଙ୍କା କଲେଜର ସହକାରୀ ଲାଇବ୍ରେରୀଆନ ଶ୍ରୀ ନାୟକଙ୍କୁ ପେମେଂଟ କରାଯାଇଥିବା ସମ୍ପର୍କରେ କଲେଜ କ୍ୟାସବୁକରେ ସ୍ଥାନିତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ଏହି ଅର୍ଥରେ କଲେଜର କୈାଣସି ବହି କିଣାଯାଇନଥିବା ଅଭିଯୋଗ ହୋଇଛି । ଏଭଳି ଆର୍ଥିକ ଅନୀୟମିତତା ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ସାଧାରଣରେ ଦାବିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ