ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ…

ଯାଜପୁର :ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ । ଟ୍ରିପଲ ମ୍ୟାରେଜ ଘଟଣାକୁ ଲୋକଲୋଚନକୁ ଆଣିଥିବା ସବିନା ବିବିଙ୍କ ନାଁରେ ପେଂରାଦ ହୋଇଛନ୍ତି ଶାଶୁ ଘର ଲୋକେ । ସବିନାଙ୍କ ସ୍ୱାମୀ ଇମ୍ରାନ ଏବେ ଏବେ ଜେଲରେ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନଙ୍କ ପରିବାର ଲୋକେ ସବିନାଙ୍କ ବିରୋଧରେ ମୁଁହ ଖୋଲିଛନ୍ତି । ବିବାହ ପର ଠାରୁ ସବିନା ଶାଶୁ ଘରେ ମନ ଇଛା କାର୍ଯ୍ୟକରିବା ସହିତ କାହାକୁ କିଛି ନ ଜଣାଇ ଘର ଛାଡିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସବିନାଙ୍କର ଏଭଳି କାର୍ଯ୍ୟକଳାପ ପାଇଁ ତାଙ୍କୁ ଇମ୍ରାନ ତଲାକ ଦେବା ପରେ ସେ ତୃତୀୟ ବିବାହ ପାଇଁ ମନସ୍ଥିର କରିଥିଲେ । ଏ ନେଇ ସବିନା ଇମ୍ରାନଙ୍କ ପରିବାର ଲୋକଙ୍କ ଧମକ ଚମକ ଦେବା ସହିତ ଟଙ୍କା ଦେବା ପାଇଁ ମଧ୍ୟ ଧମକ ଚମକ ଦେଉଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଏହି ଘଟଣା ସଂପର୍କରେ ପୋଲିସ ନିରପେକ୍ଷ ତଦନ୍ତ କରିବାକୁ ମଧ୍ୟ ଦାବୀ କରିଛନ୍ତି ଇମ୍ରାନଙ୍କ ପରିବାର ଲୋକେ । ସେପଟେ ଏ ନେଇ ସବିନା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଇମ୍ରାନଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ସଂପୁର୍ଣର୍ ମିଥ୍ୟା କହିବା ସହିତ ତଲାକ ଘଟଣାକୁ ଅସ୍ୱିକାର କରିଛନ୍ତି ସବିନା । ଏହି ଘଟଣାର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ବାହାର କରିବାକୁ ସେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ