ବହୁଚର୍ଚ୍ଚିତ ଶରତା ନାଳ ପାଇଁ ଭୂମି ପୂଜା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ପାଳଦା –ମଣିନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ମାଳଦା ବଜାର ନିକଟ ଶରତା ନାଳ ପୋଲ ନିର୍ମାଣ ପାଇଁ ଆଜି ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି । ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକା ବହ୍ଲବ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହି ଉପଲକ୍ଷେ ଶିକ୍ଷାବିତ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଂସଦ ଓ ବିଧାୟକଙ୍କ ସମେତ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ସରପଞ୍ଚ ରୀତାଞ୍ଜଳୀ ସାମଲ, ଅଲିଭା ନାୟକ, ବ୍ରହ୍ମାନନ୍ଦ ଜେନା, ମୋହନ ରାୟ, ବ୍ରଜେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଯୁବନେତା ଲଳିତ ରାଉତ, ପ୍ରତ୍ୟୁଷ ସାମଲ, ଉତ୍କଳକେଶରୀ ମହାନ୍ତି, ଶଙ୍କର୍ଷଣ ସିଂ, ସ୍ୱାଗତ କୁମାର ସିଂ, ଆକାଶ ନାୟକ, ସୌମ୍ୟରଞ୍ଜନ ଜେନା, ସତ୍ୟବ୍ରତ ଜେନା, ଅରୁଣ କୁମାର ରାଉତ, ନରହରି ମହାନ୍ତି, ବିଦ୍ୟାଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚିତ ବୈତରଣୀ ବନ୍ୟା ସମୟରେ ଶରତା ନାଳ ଠାରେ ବନ୍ୟାଜଳ ପ୍ରବାହିତ ହୋଇ ଭଣ୍ଡାରିପୋଖରୀ ଓ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହେଉଥିବାରୁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅନେକ ଦିନ ହେବ ଦାବି ହୋଇ ଆସୁଥିଲା । ସରକାରଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ଏନେଇ ୫କୋଟି ଟଙ୍କା ବ୍ୟୟରେ ଶରତା ନାଳ ସେତୁ ସମେତ ଆହୁରି ୭ଗୋଟି ଛୋଟ ନଳା ପୋଲ ପାଇଁ କାର୍ଯ୍ୟଦେଶ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ