ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ଶିଳାନ୍ୟାସ ଆଭାସୀ ମାଧ୍ୟମରେ କଲେ ମୁଖ୍ୟମନ୍ତ୍ରୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କ୍ରୀଡାବିକାଶ ଓ ଯୁବଗୋଷ୍ଠିଙ୍କୁ ଉତ୍ସାହିତ କରିବା ନିମନ୍ତେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ରାଜ୍ୟରେ ୬୬୦ କୋଟି ଟଙ୍କା ମୁଲ୍ୟର ୫୧ଗୋଟି ଇନଡୋର ଷ୍ଟାଡିୟମ କ୍ରୀଡାଭୁମିର ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏଥିରେ ୪୮ଗୋଟି ଇନଡୋର ଷ୍ଟାଡିୟମ ନିର୍ମାଣ ଓ ଉନ୍ନତିକରଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥି ନିମନ୍ତେ ଷ୍ଟାଡିୟମ ପରିସରରେ ଆୟୋଜନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥୀ ଭାବେ ବିଧାୟକ ଚକ୍ରମଣି କହଁର, ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ,ଉପଜିଲ୍ଲାପାଳ ଡା ରୀନା ପ୍ରଧାନ,ପୁର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ପାତ୍ର,ବିଡିଓ ଅଚ୍ୟୁତା ନନ୍ଦଜାନି,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଉପଖଣ୍ଡ ସୁଚନା ଓ ଲୋକସର୍ମ୍ପକ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା,ଅତିରିକ୍ତ ଜିଲ୍ଲାପାଳ ହରେକୃଷ୍ଣ ରାଉତ ପପ୍ରମୁଖ ଉପସ୍ଥିତ ଥିଲେ । ଏହି ଇନଡୋର ହଲ ଠାରେ ଯୋଗ,ଜିମିନାଷ୍ଟିକ.ବ୍ୟାୟାମ,ଟେବୁଲଟେନିସ.ଭଲିବଲ,କବାଡି ଆଦି ଅନେକଖେଳ ଖେଳାଯାଇପାରିବ ।ଉକ୍ତ କାର୍ଯ୍ୟକ୍ରମରେ ଅଂଚଳର ବହୁ ଯୁବ ଖେଳାଳି ମାନେ ଉପସ୍ଥିତଥିଲେ ।


