ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):-ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନର ମିଳିତ ସଂଯୋଜନାରେ ନାଉଗାଁ ବ୍ଳକ ଅନ୍ତର୍ଗତ ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ରବିବାର ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସାମୁହିକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଉଗାଁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ କି ପ୍ରକାର ସତର୍କତା ପଦକ୍ଷେପ ନିଆଯିବ ଓ ସରକାରୀ ନିର୍ଦ୍ଦେଶନାମା କ’ଣ ଅଛି ସେ ସଂର୍ପକରେ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଏବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ.ଅଙ୍କିତା ଜାଲି, ସାମଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶିଷ ସ୍ୱାଇଁ, ବିଦ୍ୟାଳୟ ଆଶ୍ରୟସ୍ଥଳୀ ପରିଚାଳନା କମିଟିର ସଭାପତି ତଥା ସରପଂଚ କବିତା ନାୟକ, ସଂପାଦକ ତଥା ପ୍ରଧାନ ଶିକ୍ଷକ ଦିଲ୍ଲିପ ସ୍ୱାଇଁଙ୍କ ସହିତ ସମସ୍ତ ସଦସ୍ୟ, ନାଉଗାଁ ଅଗ୍ନିଶମ ବାହିନୀର କର୍ମଚାରୀ, ସ୍ଥାନୀୟ ଏନଜିଓ ‘ଉତ୍ସର୍ଗ’ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ