ବହୁମୂଲ୍ୟବାନ ଜିନିଷ ଥିବା ବ୍ୟାଗ ରାସ୍ତାରୁ ପାଇ ଫେରାଇଲେ ବିଦ୍ୟାଧର : ଏବେବି ମଣିଷ ପଣିଆ ବଞ୍ଚିଛି !

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବହୁ ମୂଲ୍ୟବାନ କାଗଜପତ୍ର, ନଗଦଅର୍ଥ ଓ ଅନ୍ୟାନ୍ୟ ଜିନିଷ ଥିବା ଏକ ବ୍ୟାଗ ରାସ୍ତାରୁ ପାଇ ଫେରାଇଛନ୍ତି ସତ୍ୟନିଷ୍ଠ ଯୁବକ ବିଦ୍ୟାଧର ଜେନା । ସୂଚନା ଅନୁଯାଇ ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମର ବସନ୍ତ କୁମାର ଜେନା ଗତ ମଙ୍ଗଳବାର ସକାଳ ପ୍ରାୟ ସାଢେ ୭ଟା ସମୟରେ କାକଟ ଲକରୁ ଶ୍ୟାମସୁନ୍ଦରପୁର ଗଡା ଦେଇ ୫ନମ୍ବର(କ) ଜାତୀୟ ରାଜପଥରେ ଏକ ବାଇକରେ ଛତିଆ ଯାଉଥିବା ବେଳେ ପଞ୍‌ୁପାଣ୍ଡବ ଠାରେ ଦେଖିବା ବେଳକୁ ବାଇକ ପଛରେ ବନ୍ଧା ହୋଇଥିବା ତାଙ୍କ ହ୍ୟାଣ୍ଡବ୍ୟାଗ୍‌ଟି ନଥିଲା । ସେ ସେଠାରୁ ଫେରି ବହୁ ଖୋଜାଖୋଜି କରିବା ପରେ କେନ୍ଦ୍ରାପଡା ସଦର ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ସେହି ବ୍ୟାଗ ଭିତରେ ତାଙ୍କର ଔଷଧପତ୍ର, ଦରକାରୀ କାଗଜାଦ ସମେତ ନଗତ ଅର୍ଥ ଥିଲା । ସେହି ରାସ୍ତାଦେଇ ଘରୁ କେନ୍ଦ୍ରାପଡା ସହରକୁ ଯାଉଥିବା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବିଦ୍ୟାଧର ଜେନା ନାମକ ଯୁବକ ଜଣକ ରାସ୍ତାରେ ପଡିଥିବା ସେହି ବ୍ୟାଗଟି ପାଇଥିଲେ । ଆଖପାଖରେ ପଚରାଉଚୁରା ସେ କରିଥିଲେବି ବ୍ୟାଗର ମାଲିକଙ୍କ ସମ୍ପର୍କରେ କୈାଣସି ସୂଚନା ପାଇନଥିଲେ । ସହରରୁ ନିଜର କାର୍ଯ୍ୟସାରି ଘରକୁ ଫେରିବା ପରେ ବିଦ୍ୟାଧର ବ୍ୟାଗଭିତରେ ଏକ କାଗଜରେ ଲେଖାଥିବା ଫୋନ ନମ୍ବରକୁ ବ୍ୟାଗ ସମ୍ପର୍କରେ ଜଣାଇଥିଲେ । ଏହାପରେ ବିଦ୍ୟାଧର ଭରତପୁର ସରପଞ୍ଚ ନୀଳାମ୍ବର ମଲିକଙ୍କୁ ଘଟଣା ସମ୍ପର୍କରେ ଜଣାଇ ସଦର ଥାନାକୁ ବ୍ୟାଗ ନେଇ ସରପଞ୍ଚଙ୍କ ସହିତ ପହଞ୍ଚିଥିଲେ । କିଛି ସମୟପରେ ବ୍ୟାଗ ହଜିଥିବା କୋରୋ ଗ୍ରାମର ବସନ୍ତ ଜେନା ଥାନାରେ ପହଞ୍ଚିବା ପରେ ବ୍ୟାଗ ଭିତରେ ଥିବା ସମସ୍ତ ଜିନିଷ ସମ୍ପର୍କରେ ଉପଯୁକ୍ତ ପ୍ରମାଣ ପ୍ରଦାନ ସହ ବ୍ୟାଗଟିକୁ ସରପଞ୍ଚ ଶ୍ରୀ ମଲିକ ଓ ଥାନାବାବୁଙ୍କ ଉପସ୍ଥିତିରେ ଯୁବକ ବିଦ୍ୟାଧରଙ୍କ ଠାରୁ ଗ୍ରହଣ କରିଥିଲେ । ବ୍ୟାଗ ଭିତରେ ବହୁ ମୂଲ୍ୟବାନ ଜିନିଷ, କାଗଜପତ୍ର ଓ ନଗଦଅର୍ଥ ଥିଲେବି ବିଦ୍ୟାଧର ଲୋଭଗ୍ରସ୍ତ ନହୋଇ ସମସ୍ତ ଜିନିଷ ଫେରସ୍ତ ଦେଇଥିବାରୁ ସାଧାରଣରେ ତାଙ୍କୁ ବହୁ ପ୍ରସଂଶା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ