ବହୁ ଚର୍ଚ୍ଚିତ ଟ୍ରକ୍‍ ଡ୍ରାଇଭର ହତ୍ୟାକାଣ୍ଡ ପର୍ଦ୍ଦାଫାଶ : ଏସଡିପିଓଙ୍କ ସାମ୍ବାଦି ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଶୋ ଥାନା ଅନ୍ତର୍ଗତ ଜାତୀର ରାଜପଥ୪୯ ନମ୍ବର ଧାଙ୍ଗିଡିମୁଥା ଛକରେ ଗତ ଅଗଷ୍ଟ ୧୫ ମଧ୍ୟ ରାତ୍ରରେ ଅଜଢା ଦୁବୃତ୍ତଙ୍କ ପ୍ରାଣାତ୍ମକ ଆକ୍ରମଣରେ ଜଣେ ଟ୍ରକ ଡ୍ରାଇଭରର ହତ୍ୟାଘଟଣାର ୪ ଅପରାଧୀଙ୍କୁ ବିଶୋଇ ପୋଲିସ ଗିରଫ କରିଥିବା ନେଇ ରାଇରଙ୍ଗପୁରରେ ଏକ ଖବରଦାତା ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ସୂଚନା ଦେଇଥିଲେ ।ସୂଚନା ଯୋଗ୍ୟଯେ ଅଗଷ୍ଟ୧୬ ରାତି୨/୩ଟାପାଖାପାଖି ସମୟରେ କିଛି ଦୁବୃର୍ତ୍ତ ଜାତୀୟ ରାଜପଥରେ ଯୋଜନାବଦ୍ଧ ଭାଵେ ବଡ ଲୁହା କଣ୍ଟା ପୋତିଥିଲେ ।ଏହି ସମୟରେ ନାଗପୁର ଅଂଚଳରୁ କୋଲକତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ(ଏନ ଏଲ-୨କ୍ୟୁ ୯୩୭୫)ଯାଉଥିବ ସମୟରେ କଣ୍ଟାରେ ଚକ ପଶି ପଙ୍କଚର ହୋଇଥିଲା ।ଟ୍ରକ ଡ୍ରାଇଭର ଗାଡି ଅଟକାଇ ମରାମତି କରୁଥିବା ସମୟରେ ହଠାତ ଦୁବୃତ୍ତମାନେ ମାରାଣସ୍ତ୍ର ରହି ଟ୍ରକ ଚାଳକ ମଣ୍ଟୁ(୨୩)କୁ ଆକ୍ରମଣ କରି ହତ୍ୟା କରି ଏକ ବିଲ ମଧ୍ୟକୁ ଫୋପାଡି ଦେଇଥିଲେ ।ଡ୍ରାଇଭରକୁ ଆକ୍ରମଣ ଦେଖ ହେଲପର ସାନ୍ତାରାମ ପ୍ରାଣବିକଳରେ ଖସି ପଳାଇ ଲୁଚି ଯାଇଥଲା ।ଦୁବୃତ୍ତମାନେ ଟଙ୍କା,ଗାଡିରୁ ସମାନ ପତ୍ର ଲୁଟି ନେଇଥିଲେ ।ଘଟଣାକୁ ନେଇ ହେଲପର ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଏକ ମାମଲା କେଶ ନଂ ୧୦୪/୨୧ ରୁଜୁ ହୋଇଥିଲା ।ବିଶୋଇ ଥାନାଧିକାରୀ ଫନିନ୍ଦ୍ର ଭୂଷଣ ନାଏକ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିବା ସହ ସାମିଲ ଥିବା ଜଣେ ନାବାଳକକୁ ଅଟକ ରଖି ବାରିପଦା ସୁଧାର ଗୃହକୁ ପଠାଇଛନ୍ତି ।ଏହି ଦୁବୃର୍ତ୍ତ ମାନଙ୍କଠାରୁ ୨ଟି ହୋଣ୍ଡା ଗାଡି,,୨ଟି ଟେପ ରେକର୍ଡର,୩ଟି ମୋବାଇଲ,ହତ୍ୟାରେ ବ୍ୟବହୃତ ଲାଠି,ଲୁହାକଣ୍ଟା ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି ।ଏହି ଘଟଣାରଆଉ କିଏ ସଂପୃକ୍ତ ଅଛନ୍ତି ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଗଣମାଧ୍ୟମ ସମ୍ମିଳନୀରେ ଏସଡିପିଓ ରତିକାନ୍ତ ଗିରି କହିଥିଲେ । ଖୁବ କମ ସମୟରେ ବହୁ ଚର୍ଚିତ ଟ୍ରକ ଡ୍ରାଇଭର ହତ୍ୟା ଘଟଣାର ପର୍ଦାଫାଶ ହୋଇଥିବାରୁ ବିଶୋଇଥାନାଧିକାରୀ ଫନିନ୍ଦ୍ର ନାଏକଙ୍କୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ