ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା  ନେଇ ଛତ୍ରପୁରରେ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଶାର ବହୁ ଚର୍ଚ୍ଚିତ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଦୀର୍ଘ ୧୧ ଦିନ ଧରି କଲେଜ ସାମ୍ନାରେ ପରିବାର ବର୍ଗ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ନ୍ୟାୟ ଦାବି ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇ ଅନଶନରେ ବସିଥିବା ବେଳେ ପୋଲିସ ସଠିକ ତଦନ୍ତ ନକରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ରାତି ଅଧରେ ରୁଚିକାଙ୍କ ମାଙ୍କୁ ଓ ଅନଶନକାରୀ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ସମେତ ଅନ୍ୟ ମାନଙ୍କୁ ପୋଲିସ ଉଠେଇ ନେଇଥିଲା । ସରକାରଙ୍କ ଏଭଳି ଅମାନବୀୟ ବ୍ୟବହାର ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ସମର୍ଥନ ଜଣାଇ ଛତ୍ରପୁର ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସଂଯୋଜକ ଛାତ୍ରନେତା ଇଜୁ ଆମିନ ଖାନଙ୍କ ନେତୃତ୍ବରେ ଛତ୍ରପୁର ଜାତୀୟ ରାଜପଥ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛତ୍ରପୁର ସହରର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବ୍ଯାଙ୍କ ଗୁଡିକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ଛତ୍ରପୁର କଂଗ୍ରେସର ବରିଷ୍ଠ ନେତା ଭାଗିରଥି ବେହେରା ସମର୍ଥନ ଜଣାଇବା ସହ ଯୋଗ ଦେଇଥିଲେ ।ଏହି ଆନ୍ଦୋଳନରେ କିଷ୍ଣା ରେଡି , ଟି. ଗୋପାଳ ରାଓ, ଛାତ୍ର ନେତା ମହେଶ କୁମାର ଗୌଡ, ଚକ୍ରପାଣି ପୋଲାଇ, ହୃଷୀକେଶ ବେହେରା, ପବିତ୍ର କୁମାର ସ୍ବାଇଁ ଓ କେ. ମଣିକାନ୍ତ ରାଓ ପ୍ରମୁଖ ଉପସ୍ଥିତ ରହି ଓଡିଶା ବନ୍ଦ କୁ ସଫଳ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ