ବହୁ ଚର୍ଚ୍ଚିତ ଲୁପୁଙ୍ଗ ନାବାଳିକା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାସମାତ୍ ଏବଂ ସ୍ତ୍ରୀ କୋର୍ଟ ଚାଲାଣ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମର ନବ ବିବାହିତ ସହ ମହିଳା’ଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାରେ ଉକ୍ତ ମହିଳା’ଙ୍କ ହତ୍ୟାକାଣ୍ଡ ହୋଇଥିବା ପ୍ରମାଣିତ ହେବା ପରେ ମୃତ ମହିଳା’ଙ୍କ ହତ୍ୟାକାରୀ ସ୍ବାମୀ ଦାସମାତ ଟୁଡୁ(୨୩) ଓ ସ୍ତ୍ରୀ ବିଜ ଟୁଡୁ(୨୧)’ଙ୍କୁ ତିରିଂ’ଥାନା ପୋଲିସ୍ ଆଜି କୋର୍ଟ ଚାଲାଣ କରିଛନ୍ତି।
ହତ୍ୟାକାଣ୍ଡ ଘଟାଇଥିବା ସ୍ବାମି ଓ ସ୍ତ୍ରୀ’ଙ୍କ ଦ୍ବାରା ପୋଲିସ୍ କୁ ଦିଆଯାଇଥିବା ବୟାନ ଅନୁସାରେ ଭୋଳାଗାଡିଆ ଗ୍ରାମର ଯୁବତୀ ମୀନୁ ଟୁଡୁ’ଙ୍କୁ ପ୍ରେମ ବିବାହ କରିବା ଉଦ୍ଧେଶ୍ୟରେ ଘରୁ ଲୁଚି ପଳାଇ ପୋଡଶୀ ଝାଡଖଣ୍ଡ ଅଞ୍ଚଳର ପିଲକା ଗ୍ରାମରେ ଥିବା ମାମୁଁ ଘରେ କିଛିଦିନ ରଖିବାପରେ ନିଜ ଗ୍ରାମ ଲୁପୁଙ୍ଗ କୁ ନେଇ ଆସିଥିଲେ ଏଠାରେ ଘରକୁ ନଯାଇ ୨୮’ତାରିଖରୁ ୦୧’ତାରିଖ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହରେ ରହିବା ପରେ ୦୧’ତାରିଖ ଦିନ ଦାସମାତଙ୍କ ଘରକୁ ଯାଇଥିଲେ ଏବଂ ରାତିରେ ଖାଇପିଇ ଶୋଇଥିଲେ।ତେବେ ଦାସମାତ ପୂର୍ବରୁ ବିବାହିତ ଥିବାରୁ ଦାସମାତଙ୍କ ସ୍ତ୍ରୀ ବିଜ ଟୁଡୁ ରାତି ୧୨’ଟା ପରେ ସ୍ବାମିଙ୍କ ସହିତ ଝଗଡା କରିଥିଲା ବିବାହିତ ସ୍ତ୍ରୀ ଥାଉଥାଉ କାହିଁକି ପୁଣିଥରେ ବିବାହ କଲ କହିକି ଝଗଡା ଆରମ୍ଭ କରିଥିଲେ ଏଥିରେ ନୁଆକରି ବିବାହ କରି ଆସିଥିବା ମୀନୁ ମାର୍ଣ୍ଡି’ କୁ ମଧ୍ୟ ପୂର୍ବ ସ୍ତ୍ରୀ ବିଜ ଠେଲାପେଲା କରିଥିଲା ମୀନୁ ତଳେ ପଡିଯିବାରୁ ତା ଗଳା ଚିପି ଧରିଥିଲା ସ୍ତ୍ରୀ ବିଜ ଓ ସ୍ବାମୀକୁ ଡାକ ପକାଇଥିଲା ଦୁହେଁ ମିଶି ତଣ୍ଟି ଚିପିଥିଲେ ଓ ପାଖରେ ଥିବା ଏକ ପାରମ୍ପାରିକ ଆଦିବାସୀ ଗାମୁଛା (କାଛ୍ଛା)ରେ ତଣ୍ଟି ଚିପି ହତ୍ୟା କରିଥିଲେ।ପରେ ଗ୍ରାମ ପୋଖରୀ ମାଝୀ ବନ୍ଧ ହୁଡା ତଳେ ଫୋପାଡି ଦେଇ ଆତ୍ମହତ୍ୟା ର ରୂପ ଦେବାକୁ ଚେଷ୍ଟା କରିଥିଲେ ହେଲେ ଶରିରର ବିଭିନ୍ନ ଅଙ୍ଗରେ ଥିବା କ୍ଷତ ଚିହ୍ନରୁ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥିବାର ସନ୍ଦେହ କରାଯାଇଥିଲା।ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ଅନୁସାରେ ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥିବା ପ୍ରମାଣିତ ହେବାପରେ ସ୍ବାମି ସ୍ତ୍ରୀ ଦୁହେଁ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲେ।ମୃତକ ମୀନୁ ମାର୍ଣ୍ଡି’ଙ୍କ ବାପା ବାଜୁ ମାର୍ଣ୍ଡି ଦେଇଥିବା ଏଫ୍ଆଇଆର ଏତେଲାରେ ମୃତକ ମୀନୁ’ଙ୍କ ବୟସ ୧୪’ ବର୍ଷ ବୟସ ବୋଲି ଉଲ୍ଲେଖ କରାଯାଇଥିବାରୁ ମୃତକ ନାବାଳିକା ଥିବା ଜଣାପଡିଛି।ହତ୍ୟାକାରୀ ଦୁହିଁ’ଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ଅନୁସାରେ ଦଫା- ୩୬୩ ଓ ୩୦୨’ ରେ ରାଇରଙ୍ଗପୁର ଏସ୍ଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଏହି ହତ୍ୟାକାଣ୍ଡ କେଶ ର ତଦନ୍ତ ଅଧିକାରୀ ଭାବେ ତିରିଂ ଥାନା ଅଧିକାରୀଣୀ ହିରୋଫିନା ହାଁସଦାଃ’ଙ୍କ ସହିତ ଏଏସଆଇ ଦୁଃଖବନ୍ଧୁ ନାୟକ,ଏନ.କେ ଭଲ୍ଲୁକ ଓ ସତ୍ୟବାନ ଗିରି ମାମଲାର ତଦନ୍ତ କରୁଛନ୍ତି