ବହୁ ଦିନର ଅପେକ୍ଷା ପରେ ପିଲିବନ୍ଧକୁ ଆସିଲା ପାଣି ; ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରୁବାର ସ୍ଥାନୀୟ ପିଲିବନ୍ଧ ପାର୍କ ପରିଦର୍ଶନ କରି ପିଲିବନ୍ଧକୁ ୧୫ ନଂ କେନାଳରୁ ପାଣି କିପରି ସଠିକ୍ ଭାବେ ଆସିପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଖୋଦ୍ କେନାଳ ନିକଟରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଟ୍ରିସ ଅମଳରୁ ପିଲିବନ୍ଧକୁ ୧୫ ନମ୍ବର କେନାଳ ପାଣି ଆସିବା ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଦୀର୍ଘ ୨୦ ରୁ ୨୫ ବର୍ଷ ଧରି ଏହି କେନାଳରେ ବିଭିନ୍ନ ରାସ୍ତା ନିର୍ମାଣ କରାଯାଇଥିବାରୁ ପିଲିବନ୍ଧକୁ ପାଣି ଆସିପାରୁନଥିଲା । ଯାହା ଫଳରେ ଏହି ବନ୍ଧ ଖରାଦିନେ ଶୁଖି ଯାଉଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପିଲିବନ୍ଧର ପୁନଃରୁଦ୍ଧାର କରାଯିବା ସହ ୧୫ ନମ୍ବର କେନାଳ ଓ ପିଲିବନ୍ଧକୁ ସଂଯୋଗ କରୁଥିବା କେନାଳର ପୁନଃରୁଦ୍ଧାର କରାଯାଇ ପାଣିର ସୁବ୍ୟବସ୍ଥା ନିମନ୍ତେ କାର୍ଯ୍ୟକାରୀ କରାଯାଇଛି । ଏହା ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜଳ ସେଚନ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟ ଆଉ କିଛି ଦିନ ପରେ ଏହା ସମ୍ପୁର୍ଣ୍ଣ କାର୍ଯ୍ୟକାରୀ ହୋଇପାରିବ ବୋଲି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଏସ୍‌. କେ. ଦାସଶର୍ମା ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଷଡଙ୍ଗୀ ଓ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ