ବହୁ ପ୍ରତିକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ଲୋକାର୍ପିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ତୃତୀୟ କେନ୍ଦ୍ରୀୟ ବିଦ୍ୟାଳୟ ,ମହୁଲଡିହା, ରାଇରଙ୍ଗପୁରରେ ଅକ୍ଟୋବର ୧୦,୨୦୧୦ ରେ ସ୍ବୀକୃତି ପାଇ ଅସ୍ଥାୟୀ ଭାବେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଚାଲୁଅଛି ।ପରେ ରାଜ୍ୟ ସରକାରଙ୍କ ଦ୍ବାରା ମହୁଲଡିହାଠାରେ ୮ଏକର ଜମିରେ ନୁତନ କେନ୍ଦ୍ରୀୟ ବିଦ୍ୟାଳୟ ୨୦୨୦ ମାର୍ଚ୍ଚ ମାସ ନିର୍ମାଣ ସରିଥିଲା ।ଆଜିର ଦିନରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲଙ୍କ ଦ୍ବାରା ଭାର୍ଚୁଆଲ ଡିଜିଟାଲ ଦ୍ବାରା ଭାରତର ୪ଟିକେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ନୟାଗଡ଼ ଏବଂ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦ୍ଘାଟନ ସହ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ବାସୀଙ୍କୁ ଲୋକାର୍ପିତ କରିଛନ୍ତି ।ଏହି ଶୁଭ ଉଦ୍ଘାଟନ ଅବସରରେ ମୟୂରଭଂଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ମୟୂରଭଂଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ଯୋଗଦେଇଥିଲେ । ଅତିଥିଗଣ କହିଥିଲେ ଶିକ୍ଷା ମାନବ ସମାଜର ପ୍ରଗତିର ବାହକ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡବାସୀଙ୍କୁ ଏହି ଶିକ୍ଷା ଅନୁଷ୍ଠାନରୁ ଜାତୀୟ ସ୍ତରର ଉନ୍ନତମାନର ଉଚ୍ଚ ଶିକ୍ଷା ଦାନ ଉପଲବ୍ଧ ହେବ ।ଏହି ଅନୁଷ୍ଠାନରେ ଅଭିଜ୍ଞ ଶିକ୍ଷକ, ଶିକ୍ଷୟତ୍ରୀ ଶିକ୍ଷା ଦାନ ଉନ୍ନତ ମାନର ଲାବ, କମ୍ପ୍ୟୁଟର,ସବୁ ଉପଲବ୍ଧ । ଦିର୍ଘ ୧୦ ବର୍ଷ ପରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦ୍ଘାଟନ ହୋଇଥିବାରୁ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।ଶେଷରେ ଅଧ୍ୟକ୍ଷ ଆର ଏନ ଶାହ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ସହଯୋଗ କାମନା କରିଥିଲେ ।