ବହୁ ପ୍ରତିକ୍ଷିତ ସୁବର୍ଣ୍ଣ ଜୟନ୍ତି ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ସତ୍ୟ ନାରାୟଣ ପଣ୍ଡାଙ୍କ ଆବାହକତ୍ବରେ ଏବଂ ଗୋବିନ୍ଦ ଦାଶ ଓ ନିର୍ମଳ କିଶୋର କରଙ୍କ ନେତୃତ୍ବରେ ବରଗଡ଼ ଉପକଣ୍ଠ ଆମସଢା ନିକଟସ୍ଥ ଲା-ଫ୍ଲୋରା ପ୍ରାକୃତିକ ଉଦ୍ୟାନରେ ବରଗଡ଼ର ସର୍ବପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ୧୯୭୫ ମେଟ୍ରିକ୍ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ! ୧୯୭୫ ରୁ ୨୦୨୫ ଏହି ପଚାଶ ବର୍ଷରେ ଏବେ ସମସ୍ତେ ୬୫/୬୬ ବର୍ଷୀୟ ବରିଷ୍ଠ ନାଗରିକ। ଇତି ମଧ୍ୟରେ କେତେକଙ୍କ ସ୍ଵର୍ଗବାସ ହୋଇ ଯାଇଥିବାରୁ ଏବଂ ଆମକୁ ପାଠ ପଢାଉଥିବା କେତେକ ଶିକ୍ଷକ ଙ୍କ ସ୍ବର୍ଗବାସ ହୋଇଯାଇଥିବାରୁ ସେମାନଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ନୂଆଦିଲ୍ଲୀ ,କଟକ, ଭୁବନେଶ୍ଵର , ଜଗତସିଂହପୁର, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ତଥା ସମଗ୍ର ଓଡିଶା ଓ ରାଜ୍ୟ ବାହାରୁ ବହୁ ଦୂରଦୂରାନ୍ତରୁ ଆସିଥିବା ବନ୍ଧୁମାନଙ୍କ ସହିତ ପଢାବେଳର କଥା ମନେପକାଇ ସମସ୍ତେ ଭାବବିହ୍ୱଳ ହୋଇ ଯାଇଥିଲେ ! ଆଜି ପର୍ଯ୍ୟନ୍ତ ଜର୍ଜ ହାଇସ୍କୁଲର କୈାଣସି ମେଟ୍ରିକ୍ ବ୍ୟାଚର କେବେହେଲେ ଏତେ ସଂଖ୍ୟକ ସାଙ୍ଗମାନଙ୍କ ଏକଜୁଟ ହେବା ଏହା ବୋଧହୁଏ ବରଗଡ଼ରେ ପ୍ରଥମ ! ଏ ସମସ୍ତଙ୍କୁ ଏକଜୁଟ କରାଇବାରେ ସତ୍ୟ, ଅଭୟ, ନିର୍ମଳ, ଗୋବିନ୍ଦ, କୃଷ୍ଣ ଓ ଲଳିତ ଆଦି ଅହରହ ପ୍ରୟାସ ଜାରି ରଖିଥିଲେ। ଏମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଧୂମଧାମରେ ପାଳିତ ହୋଇଯାଇଅଛି ! ଏହା ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା। ଆଗାମୀ ଦିନରେ ଏହିଭଳି ଭାବରେ ପ୍ରତିବର୍ଷ ପାରିବାରିକ ବନ୍ଧୁମିଳନ ଜାରି ରଖିବାକୁ ସମସ୍ତେ ମତବ୍ୟକ୍ତ କରିଥିଲେ ।ଆସନ୍ତା ବର୍ଷ ଏକ ନିଆରା ଢଙ୍ଗରେ ସୁବର୍ଣ୍ଣ ଜୟନ୍ତି – ୨ ପାଳନ କରାଯିବ !