ବହୁ ବାର ମୌଖିକ ଭାବେ କହିବା ସତ୍ୱେ ଜଳ ଯୋଗାଣ ରୁ ବଂଚିତ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ରାଜ୍ୟ ସରକାର ଙ୍କ ନିର୍ଦେଶ ପ୍ରକାରେ ବସୁନ୍ଧରା ଯୋଜନାରେ ସମସ୍ତ ଘରକୁ ଜଳ ଯୋଗାଣ ହେବ ! ପରନ୍ତୁ କୁକୁଡାଖଣ୍ଡି ର କିଛି ସାହି ରେ ପାଇପ ବିଛାଇ ଜଳ ଦିଆଯାଉଛି  ! ଅନ୍ୟ କିଛି ସାହି ଅର୍ଥାତ ତହସିଲ ଅଫିସ ନିକଟରେ ବହୁ ଦିନ ଧରି ଗଢି ଉଠି ଥିବା ସାହି ରେ ପାଇପ ମଧ୍ୟ ବିଛା ଯାଇ ନଥିବା ଗତ କିଛି ଦିନ ତଳେ ସାହି ବାସିନ୍ଦା କୁକୁଡାଖଣ୍ଡି ବିଡ଼ିଓ ପଲବୀ  ସ୍ୱାଇଁ ଙ୍କୁ ୨୧.୦୮.୨୦୨୩ ରେ ଲିଖିତ ଦେଇଥିଲେ  !  ପରନ୍ତୁ  ଅଭିଯୋଗ ବହୁ ଦିନ ବିତି ଯାଇଥିଲେ ମଧ୍ୟ ଏବେ ପର‌୍ୟ୍ୟନ୍ତ କାର‌୍ୟ୍ୟ କାରି ହୋଇ ନ ଥିବା ନଜର ରହିଛି   !  ସେହିପରି କୁକୁଡାଖଣ୍ଡି ମେଇନ ରୋଡ ସାହି ଜଳ ଯୋଗାଣ ରୁ ବଂଚିତ  !  ବାରମ୍ବାର ମୌଖିକ ଭାବେ କହିବା ସତ୍ୱେ କୌଣସି ସୁଫଳ ହୋଇ ନଥିବା ହେତୁ ଆଜି ବିଡ଼ିଓ ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଦେଇଥିଲେ ! ଏ ଅବସରରେ ରୋଡ ସାହି  ର ରିନୁ ଘଡେଇ , ଭୀମ ସେନ ଦଳାଇ , ବିଜୟ ପାଣିଗ୍ରାହୀ , ଆଦି ନାରାୟଣ ଆଚରି , ଟି ପ୍ରଦୀପ ପାତ୍ର ସମେତ ଅନ୍ୟାନ୍ୟ ଉପସ୍ଥିତ ଥିବା ବେଳେ ଆନନ୍ଦ ନଗର ସାହିର  ଫିରୋଜ ପାତ୍ର, ଲଷ୍ମୀ ନାରାୟଣ ପାତ୍ର  ସମେତ ଅନେକ ବାସିନ୍ଦା ଉପସ୍ଥିତ ଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ