ବହୁ ମତରେ ଜିତିଲେ ଆଦିତ୍ୟ ଠାକରେ
ମୁମ୍ବାଇ: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ । ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ । ଶିବସେନାର ପ୍ରାର୍ଥୀ ହୋଇଥିବା ଆଦିତ୍ୟଙ୍କୁ ବିଜେପି ସମର୍ଥନ କରିଥିଲା । ସେ ୱର୍ଲି ଆସନରୁ ପ୍ରାର୍ଥୀ ହାଇଥିଲେ । ଆଜି ଭୋଟ ଗଣତି ଆରମ୍ଭ ହେବାଠାରୁ ହିଁ ଆଦିତ୍ୟ ଆଗରେ ରହିଥିଲେ । ତାଙ୍କୁ ଏହି ଆସନରେ ଏନସିପିି ନେତା ସୁରେଶ ମାନେ ଟକ୍କର ଦେଉଥିଲେ । ହେଲେ ଆଦିତ୍ୟ ତାଙ୍କୁ ପଛରେ ପକାଇ ୬୭ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି । ଏହି ୱର୍ଲି ଆସନଟି ଶିବସେନାର ଗଡ଼ ଭାବେ ପରିଚିତ । ଏଠାରେ ୨୦୧୪ରେ ଶିବସେନା ୬୦ ହଜାର ଭୋଟରେ ବିଜୟ ଲାଭ କରିଥିଲା ।