ବହୁ ସମସ୍ୟା ଭିତରେ କାକଟପୁର : ସରକାର ଦୃଷ୍ଟି ଦେବାକୁ ଦାବି
ନିମାପଡା, (ସନ୍ତୋଷ ଦାଶ) :-ରାଜ୍ୟ ସରକାର ଙ୍କ ବହୁମୁଖୀ ଯୋଜନା ସାଙ୍ଗକୁ ଲୋକାଭିମୁଖୀ ଯୋଜନା ଯୋଗୁଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ବ୍ୟାପକ ଉନ୍ନତି ଘଟୁଛି କିନ୍ତୁ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଏଥିରୁ ବାଦ ପଡ଼ିଥିବା ଅଭିଯୋଗ ହେଉଛି । କାକଟପୁର ବିଧାୟକ ଆସନ ଟି ସରଂକ୍ଷିତ ହୋଇଯିବା ପରେ ବିଭିନ୍ନ ଦଳ ତରଫରୁ ନୂଆ ନୂଆ ପ୍ରାର୍ଥୀ ମାନଙ୍କୁ ଟିକେଟ ଦେବା ଏବଂ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେମାନଙ୍କୁ କାକଟପୁର ର ସମସ୍ୟା ବିଷୟରେ ଅବଗତ ହେବା ପାଇଁ ସମୟ ଲାଗିଥାଏ ତା ସାଙ୍ଗକୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମ ରେ ସମୟ ଦେବା ବେଳେ ସେମାନଙ୍କର ଆଉ ମନେ ନ ଥାଏ କାକଟପୁରର ସମସ୍ୟା ଦେଖିବାକୁ । କାକଟପୁର ଡାକ୍ତରଖାନା ରେ ନାଁ ଅଛନ୍ତି ଅଭିଜ୍ଞ ଡାକ୍ତର ନାଁ ଅଛନ୍ତି ଅଧିକ କର୍ମଚାରୀ ଯଦିଓ ଡାକ୍ତର ଅଛନ୍ତି ସେ ସବୁବେଳେ ରହୁନାହାନ୍ତି, ଯାହା ଫଳରେ ରୋଗୀ ମାନେ ନିରୁପାୟ ହୋଇ ଚିକିତ୍ସା ପାଇଁ ଯାଇଥାନ୍ତି ବେସରକାରୀ କ୍ଲିନିକ କୁ। କାକଟପୁରସ୍ଥ ମଙ୍ଗଳା କଲେଜ ବହୁ ପୁରାତନ କଲେଜ ଓ ୟୁଜିସି ମାନ୍ୟତା ପ୍ରାପ୍ତ । ହେଲେ ୟୁଜିସି ମାନ୍ୟତାର ସୁଯୋଗ ନେଇ ମହାବିଦ୍ୟାଳୟ ପରିଚାଳନା କମିଟି ନ ଥିବାରୁ କଲେଜ କୁ ଠିକ ଭାବରେ ପରିଚାଳନା କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ୧୯୪୫ ମସିହାରୁ କାକଟପୁର ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ବହୁ ଦିନ ଧରି ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି ଏବଂ ସ୍କୁଲ ସମ୍ମୁଖ ରେ ଥିବା ରାଜରାସ୍ତା ରେ ହମ୍ପସ ନ ଥିବା କାରଣରୁ ମୁଖ୍ୟ ରାସ୍ତା ରେ ଯିବା ଆସୁଥିବା ବେପରୁଆ ଗାଡି ଚାଳନା ରେ ଛୋଟ ବଡ଼ ଦୁର୍ଘଟଣା ମାନ ବଢିବା ସହ ଛାତ୍ରଛାତ୍ରୀ ମାନେ ରାସ୍ତା ପାର ହେବାକୁ ନିରାପଦ ମଣୁ ନଥିବା ବେଳେ ଅଭିଭାବକ ମାନେ ସ୍କୁଲ ର ପରିଚାଳନା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛନ୍ତି । କେଉଁ ଶିକ୍ଷକ କେତେବେଳେ ଆସିଲେ ଆଉ କେଉଁ କ୍ଲାସ କରୁଛନ୍ତି କି ନାହିଁ ତାହା ଜଣା ପଡୁନଥିବା ବେଳେ ସ୍ଥାୟୀ ଶିକ୍ଷକ ନଥିବାରୁ ଗଣିତ ଓ ବିଜ୍ଞାନ ଶ୍ରେଣୀ କାମ ଚଳାରେ ଚାଲିଛି। ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ପୁରାଣ କହେ ଗଙ୍ଗା ଠାରୁ ସହସ୍ର ବର୍ଷ ବଡ଼ ପ୍ରାଚୀ ନଦୀ। ଦିନ ଥିଲା ଏହା ସୁନବ୍ୟା ଥିଲା ହେଲେ ଆଜି ଏହା ଡ୍ରେନ ରେ ପରିଣତ ହୋଇଛି। ଅଳିଆ ଆବର୍ଜନା ରେ ପୋତି ହୋଇ ପୁତିଗନ୍ଧ ମୟ ପରିବେଶ ସୃଷ୍ଟି କରୁଛି । ରାଜ୍ୟ ର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ଙ୍କ ମଧ୍ୟରୁ ମା ମଙ୍ଗଳା ଅନ୍ୟତମ । ଉକ୍ତ ମନ୍ଦିର ରୁ କୋଟି କୋଟି ଟଙ୍କା ଭୋଗ, ଦୀପ, ପାର୍କିଙ୍ଗ ନାଆଁ ରେ ଦେବୋତ୍ତର ବିଭାଗ କୁ ଯାଉଥିବା ବେଳେ ମା ମଙ୍ଗଳା ମନ୍ଦିର ର ଉନ୍ନତି କଥା, ଏଠାକୁ ଆସୁଥିବା ମାତୃ ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବା କଥା ମନ୍ଦିର ପ୍ରଶାସନ ଭୁଲି ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସାରାଓଡିଶା ର ପ୍ରାୟ ସବୁ ପ୍ରସିଦ୍ଧ ମନ୍ଦିର କୁ ଯାଇ ସେଠାକାର ଅସୁବିଧା ସମ୍ପର୍କରେ ଅବଗତ ହୋଇ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଘୋଷଣା କରୁଥିବା ବେଳେ କାକଟପୁର ର ମା ମଙ୍ଗଳା ମନ୍ଦିର ପ୍ରତି ତାଙ୍କର ନଜର ପଡୁନାହିଁ । ଏଥିପ୍ରତି ସ୍ଥାନୀୟ ବିଧାୟକ ଙ୍କ ଇଛାଶକ୍ତି ର ଅଭାବ ଓ ବୈମାତୃକ ଭାବଥିବା ମନେ ହେଉଛି । ଭକ୍ତ ମାନଙ୍କର ଦାତବ୍ୟ ସୁନା ସବୁ ପଡ଼ିରହିଛି ଲକର ଭିତରେ । ସେଇ ଦାତବ୍ୟ ସୁନାକୁ ଏକାଠି କରି ଯଦି ମା ଙ୍କ ପାଇଁ ଭଲ ମୁକୁଟ,କିରଟ, ପଦ୍ମକଢି, ଅର୍ଦ୍ଧଚନ୍ଦ୍ର,ତିଆରି କରାଯାଇ ପାରନ୍ତା ବିଭିନ୍ନ ପୂଜା ପାର୍ବଣ ରେ ମା ପିନ୍ଧି ପାରନ୍ତେ ବୋଲି ଭକ୍ତ ମାନେ ମତ ପ୍ରକାଶ କରିଛନ୍ତି । ଯଦିଓ ମା ଙ୍କ ର ଦୁଇଟା ମୁକୁଟ ଅଛି ତା ମଧ୍ୟରୁ ଗୋଟିଏ ମୁକୁଟ ଫାଟି ଗଲାଣି ପୂଜାପଣ୍ଡା ମାନଙ୍କ ସହିତ ପାଳିଆ ସେବାୟତ ମାଙ୍କୁ ପିନ୍ଧାଇବା ପାଇଁ ଉଚିତ ମନେ କରୁନାହାନ୍ତି ଏବଂ ବ୍ଲକ ଅଧିକାରୀ, ମେଡିକାଲ ଅଫିସର, ଥାନା ଅଧିକାରୀ, ନିଜ ନିଜ ଅଫିସ କାର୍ଯ୍ୟକ୍ରମ ରେ ବ୍ୟସ୍ତ ଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ର ମେମ୍ବର ଥିବା କାରଣରୁ କଣ ଉନ୍ନତି ମୂଳକ କାମ ହେବା କଥା ତାହା ମଧ୍ୟ ଆଲୋଚନା ହୋଇପାରୁନାହିଁ କି ମିଟିଙ୍ଗ ରେ ପାସ ହୋଇ ପାରୁନାହିଁ । ଦେବୋତ୍ତର ବିଭାଗ ର ଉଦାସୀନତା ଓ ଖାମଖିଆଲି ନୀତି ଓ କଣ ଠେସା ରେ ମଙ୍ଗଳା ମନ୍ଦିରକୁ ରଖା ଯାଇଛି ବୋଲି ଅଭିଯୋଗ ହେଉଛି । ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଦାରୁ ଚୟନ କ୍ଷେତ୍ର ଦେଉଳି ମଠକୁ ମୁଖ୍ୟ ରାସ୍ତା ରୁ ପକ୍କା ରାସ୍ତାଟିଏ ନାହିଁ । ଗୋଟେ ଗାଡି ଗଲେ ଆଉ ଗୋଟେ ଗାଡିକୁ ରାସ୍ତା ନାହିଁ । ବେଳବୁଡ଼ିଲେ ଅସାମାଜିକ ଯୁବକ ଓ ନିଶା ବେପାରୀଙ୍କ ଙ୍କ ଅଡ୍ଡାସ୍ଥଳୀ ପାଲଟୁଛି ଦେଉଳି ମଠ। ଗତ କିଛି ବର୍ଷ ତଳୁ କାକଟପୁର ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ଅନୁଦାନ ମିଳିଥିଲେ ସୁଦ୍ଧା ଏ ଯାବତ କାମ ସମ୍ପୂର୍ଣ ହୋଇ ନାହିଁ, କାକଟପୁର କୁ ଆସୁଥିବା ସବୁ ଗାଡି ମୁଖ୍ୟ ରାସ୍ତାରେ ରହୁଛି ଯାହା ଫଳରେ ରାସ୍ତା ଜାମ ହୋଇ ଛୋଟ ବଡ଼ ଦୁର୍ଘଟଣା ମାନ ହେଉଛି ।ଏହି ସବୁ ବହୁବିଧ ସମସ୍ୟାରେ ଜର୍ଜରିତ କାକଟପୁର ପ୍ରତି ସରକାର ଦୃଷ୍ଟି ପକାଇ ଏ ସବୁ ସମସ୍ୟା କୁ ଦୂର କରିବା ଦିଗରେ ଆବଶ୍ୟକୀୟ ପଦେକ୍ଷପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି କରାଯାଇଛି ।


