ବାଂଶରେ ଅଗ୍ନି ଶିଶୁ ଖୁଦିରାମ ବୋଷଙ୍କ ଶହିଦ ଦିବସ ପାଳିତ
ନାଉଗାଁ, (ଓ୍ବାଇଏନ୍ଏସ୍) : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଶହିଦ ହୋଇଥିଲେ ଅଗ୍ନି ଶିଶୁ ଖୁଦିରାମ ବୋଷ । ଏହି ମହାନ୍ ଶହିଦଙ୍କ ସ୍ମୃତିରେ ଗୁରୁବାର କିଶୋର ସଂଗଠନ କମସୋମଲ ପକ୍ଷରୁ ନାଉଗାଁ ବ୍ଲକ ଅନ୍ତର୍ଗତ ବାଂଶ ଗ୍ରାମରେ ଅନନ୍ୟ ଟିୟୁଟୋରିଆର ପରିସରରେ ଶହିଦ ଦିବସ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ସମାଜସେବୀ ସୁବାସ ସ୍ୱାଇଁ ଯୋଗ ଦେଇ ଶହିଦ ଖୁଦିରାମ ବୋଷଙ୍କ ସ୍ମୃତିଚାରଣ କରିଥିଲେ । ସଂଗଠନ ପକ୍ଷରୁ ସୂର୍ଯ୍ୟାଂଶ ବିଦ୍ୟାସାଗର, ପ୍ରୀତି ସ୍ୱାଇଁ, ଜ୍ଞାନରଂଜନ ଦାସ, ଦର୍ଶନ କୁମାର ସ୍ୱାଇଁ, ବିଶ୍ୱଜିତ ଦାସ, ରାଜଶ୍ରୀ ବିଶ୍ୱାଳ, ଇତିଶ୍ରୀ ବିଶ୍ୱାଳ, ଜ୍ଞାନରଂଜନ ପଣ୍ଡା, ନନ୍ଦକିଶୋର ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରି ଶହିଦ ଖୁଦିରାମ ବୋଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପ୍ରମୋଦିନୀ ମିଶ୍ର ବିପ୍ଲବୀ ସଂଗୀତ ଗାନ କରିଥିଲେ ।


