ବାଂଶ ପଂଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ନାଉଗାଁ -ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଂଚାୟତରେ କଂଗ୍ରେସ ଦଳ ପକ୍ଷରୁ ପଂଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ ଭ୍ରମରବର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ଜଗତସିଂହପୁର ବିଧାୟକ ତଥା ବିରୋଧି ଦଳ ଉପନେତା ଚିରଞୀବ ବିଶ୍ୱାଳ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡିଶାର ଜନସାଧାରଣଙ୍କୁ ଦୀର୍ଘ ବର୍ଷ ହେଲା ମିଥ୍ୟା ପ୍ରତିଶୃତି ଦେଇ ଠକି ଆସୁଛନ୍ତି । ତେଣୁ ସେମାନଙ୍କୁ ଦୃଢ ଜବାବ ଦେବାକୁ ହେଲେ ନିଜ ନିଜ ଭିତରେ ଥିବା ମନୋମାଳିନକୁ ଭୁଲି ଏକ ହୋଇ ଦଳ ପାଇଁ କାର୍ଯ୍ୟ କରି ଦୁର୍ନିତୀରେ ସଂପୃକ୍ତ ପ୍ରାର୍ଥୀଙ୍କୁ ଜଗତସିଂହପୁରରେ ପୁରାଇ ନଦେବାକୁ ଦଳୀୟ କର୍ମୀଙ୍କୁ ବିଧାୟକ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ନିରଂଜନ ବେହୁରା, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ବିଚିତ୍ରାନନ୍ଦ ଲେଙ୍କା, ବରିଷ୍ଟ କଂଗ୍ରେସ ନେତା ଅଶୋକ କୁମାର ମହାନ୍ତି,ନାରାୟଣ ନାୟକ, ପଂଚାୟତ ସମିତି ଉପାଧ୍ୟକ୍ଷ ମାମିନା ଦଳାଇ, ଜିଲ୍ଲା ଅନୁସୂଚିତ ଜାତି ଉପାଧ୍ୟକ୍ଷ ମହାଦେବ ସେଠୀ,ପୂର୍ବତନ ସରଂପଚ ସଚ୍ଚିଦାନନ୍ଦ ପରିଡା, ସରଂପଚ ସନ୍ତୋଷ ଦାସ ପ୍ରମୁଖ ଯୋଗ ଦେଇ କର୍ମୀମାନଙ୍କୁ ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ପଂଚାୟତରୁ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଂଚାୟତର ବିଭିନ୍ନ ଗ୍ରାମରୁ ଶରତ ବେହୁରା, ସଚ୍ଚିତାନନ୍ଦ ପରିଡା, ବିଷ୍ଣୁ ପାତ୍ର, ପୂର୍ବତନ ବିଜେଡି ଛାତ୍ର ନେତା ସୁର୍ଦଶନ ଗୋଛାୟତ, ରୋଷନ ଗୋଛାୟତ, ଯୁବନେତା ତପନ ନାୟକ, ମନୋଜ ସାହୁ, କରଣ ସ୍ୱାଇଁ, ବବୁଲୁ ସ୍ୱାଇଁ, ଲିଙ୍କନ ସ୍ୱାଇଁ, ସୁଦର୍ଶନ ଦାସଙ୍କ ସମେତ ୧୨ରୁ ଉର୍ଦ୍ଧ ପରିବାର ଅନ୍ୟ ଦଳ ଛାଡି କଂଗ୍ରେସରେ ଯୋଗ ହୋଇଥିଲେ । ସେହିପରି ନାଉଗାଁ ପଂଚାୟତର କୋକିଢିଅ ଗ୍ରାମରେ ଅଲେଖ ସାହୁ ଓ ଗ୍ରାମର ଦଳୀୟ କର୍ମୀଙ୍କ ନେତୃତ୍ୱରେ ଦିଲ୍ଲିପ ଦାସ, ମହେନ୍ଦ୍ର ସାହୁ, ଦୁର୍ଗାଚରଣ ସାହୁ, ବାବାଜି ସାହୁ, ଚୈତନ୍ୟ ସାହୁ, ମଙ୍ଗୁଳି ସେଠୀ, ବାପି ସେଠୀ, ରାମ ଚନ୍ଦ୍ର ମହାନ୍ତି, ରଜନୀକାନ୍ତ ସାହୁ,ସନ୍ତୋଷ ସାହୁ, ଅନାଦି ସାହୁ ସମେତ ୧୧ ପରିବାର ଅନ୍ୟ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ବିଶ୍ୱାଳ ସେମାନଙ୍କୁ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଧାୟକଙ୍କ ଦୃଢ ନେତୃ୍ତ୍ୱ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗ ଦେଇଥିବା ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନେ କହିଥିଲେ ।