ବାଇକରୁ ଖସିପଡ଼ି ୧ ମୃତ୍ୟୁ
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ବିବାହ ଶୋଭାଯାତ୍ରା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୭ ଜଣ ଆହାତ ଓ ୫ ଜଣ ଗୁରୁତର ହୋଇଥିଲେ । ଗୁରୁତର ଆହତ ଳକ୍ଷ୍ମୀ ଭୋଳ (୬୦) ପୁଅ ରଂଜନ ସହ ବାଇକରେ ରବିବାର ହିଂଜିଳି ଥାନାକୁ ଏତଲା ଦେବାକୁ ଆସିଥିଲେ । ଫେରିବା ବାଟରେ ହିଂଜିଳି ଥାନା ଠୁରୁବୁରାଇ ଠାରେ ବାଇକରୁ ଖସିପଡ଼ି ଥିଲେ । ତାଙ୍କୁ ଘଟଣା ସ୍ଥଳରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଡ଼ପଡ଼ା ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଆଡ଼ପଡ଼ା ଫାଣ୍ଡି ଅଧିକାରୀ ରାଜନ ବିଶୋୟୀ ଡ଼ାକ୍ତରଖାନାରେ ପହଁଚି ଶବକୁ ଜବତ କରିଥିଲେ । ଏଥି ନେଇ ହିଂଜିଳି ଥାନାରେ ନଂ ୧୧୫/୧୯ରେ ମାମଲା ହୋଇ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଯାଇଥିବା ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।