ବାଇକରୁ ଖସି ବ୍ୟାଙ୍କ କର୍ମଚାରୀ ଗୁରୁତର

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋଡାମହୁଲ ପୋଲିସ ପାଖ ରାସ୍ତାରେ ଜନୈକ ବ୍ୟକ୍ତି ବାଇକରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ସ୍ଥାନୀୟ ବଡାମତଳିଆ ଅଂଚଳର ଦୁର୍ଗା ଚରଣ କିସ୍କୁ ଦେଖି ବାସିଙ୍ଗି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଆଜି ପୂର୍ବାହ୍ନରେ ନିଜ ବାଇକରେ ବାସଙ୍ଗିକୁ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଯୋଡ଼ା ମହୁଲ ନିକଟସ୍ଥ ପୋଲ ପାଖରେ ମୁଣ୍ଡ ବୁଲାଇବାରୁ ବାଇକ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ପରେ ବିଜାତଳା ଅଗ୍ନିଶମ ବିଭାଗ ଖବର ପାଇ ଗୂରୁତର ଅବସ୍ଥାରେ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତାଙ୍କର ଡାହାଣ ଗୋଡଟାକୁ ଭାଙ୍ଗି ଯିବା ଅନ୍ୟ ସ୍ଥାନରେ ଖଣ୍ଡିଆ ଖାବରା ହୋଇଛି ।ଖବର ପାଇ ରାଇରଙ୍ଗପୁର,ବଡାମତଳିଆ,ହାଟବାଦଡା,ବାସିଙ୍ଗି ଓଡ଼ିଶି ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ପହଞ୍ଚି ତାଙ୍କୁ ସମବେଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ