ବାଇକ୍- ସାଇକେଲ ମୁହାଁମୁହିଁ ୪ ଆହାତ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍):ବୁଗୁଡା ନିକଟସ୍ଥ ବରଡିପଲ୍ଲୀ ନିକଟରେ ବାଇକ ସହ ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୩ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି ।ଆହାତ ମାନଙ୍କ ୁ ବୁଗୁଡା ହସପିଟାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ଗୁରୁତର ଆହାତଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହାତ ବ୍ୟକ୍ତି ମାନଙ୍କ ପରିଚୟ ଓଡଗାଁ ଥାନା ରୋହିବାଙ୍କ ଗ୍ରାମର ସର୍ବେଶ୍ୱର ମଲ୍ଲିକ ଓ ନାଉଖାଲ ଗ୍ରାମର ପ୍ରକାଶ ବେହେରା,ବୁଗୁଡା ଅଂଚଳର କତକଲା ଗ୍ରାମର ମୁନା ପ୍ରଧାନ, ପତ୍ନୀ ମଞ୍ଜୁଳା ବୋଲି ଜଣାପଡିଛି । ନାଉଗାଁ ର ଦୁଇ ଜଣ ହାତି ଓଟରୁ ନିଜର ଗ୍ରାମ ଅଭିମୁଖେ ଅ ।ସୁଥିବା ବେଳେ ବୁଗୁଡା ଅଂଚଳର ପତି ଓ ପତ୍ନୀ ଦୁହେଁ ସାଇକେଲରେ ଫେରୁଥିବା ସମୟରେ ହଠାତ୍ ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡକୁ ଛିଟିକି ପଡି ଆହାତ ହୋଇଥିଲେ ।ସ୍ଥାନୀୟ ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲରେ ଭର୍ତ୍ତିକରିଥିଲେ । ଆହାତ ମାନଙ୍କ ମଧ୍ୟରୁ ସର୍ବେଶ୍ୱର ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।