ବାଇକ୍ ଓ ବୋଲେର ମୁହାଁ ମୁହିଁ ଧକ୍କା ଜଣେ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ବିନୋଦିନି ବିଜ୍ଞାନ ମହା ବିଦ୍ୟାଳୟ ଛକ ନିକଟ ଠାରେ ଏକ ବାଇକ ଓ ବୋଲେର ମଧ୍ୟରେ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସେରଙ୍ଗ ଅଞ୍ଚଳରୁ ଆସୁଥିବା ଏକ ବୋଲେର ଓଆର୍ ୧୮ସି ୨୦୩୬ ବୋଲେର ପଛପାଶ୍ୱର୍ରୁ ଏକ ବାଇକକୁ କୌଣସି କାରଣରୁ ଧକ୍କା ଦେଇଥିଲା । ବାଇକରେ ବସିଥିବା କୁଜାସିଂ ଗ୍ରାମର ଯୋୟାବ ଗମାଙ୍ଗ (୩୮) ନାମକ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପଛରେ ବସିଥିବା ତାଙ୍କ ସ୍ତ୍ରୀ ଅନିତା ଗମାଙ୍ଗ ଓ ଶିଶୁ ପୁତ୍ର ଓମି ଗମାଙ୍ଗ ଗୁରୁତର ହୋଇଥିଲେ । ପରେ ଯୋୟାବ ଗମାଙ୍ଗଙ୍କ ଶବକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିବା ଜଣାପଡିଥିବାବେଳେ ଗୁରୁତର ଅନିତା ଓ ଓମି ଗମାଙ୍ଗଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବାର ଜଣାପଡିଛି । ଦୁର୍ଘଟଣା ଘଟିଥିବା ବୋଲେରର ଡ୍ରାଇଭରଙ୍କୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଏସ୍‌.ଆଇ. ବିଶ୍ୱଜିତ ଜେନା କରୁଥିବାର ଆଦର୍ଶ ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ