ବାଇକ୍ ଚୋରୀ ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ:ମୁଖ୍ୟ ଆସାମୀ ସମେତ ୧୦ ଗିରଫ, ୧୯ ବାଇକ ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ବାଇକ୍ ଚେକିଂ କରୁଥିବା ସମୟରେ ଲୁଟ୍ ବାଇକ ଘଟଣାର ପର୍ଦ୍ଦାପାଶ ହେବା ସହ ହିଞ୍ଜିଳି ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା । ଗୁରୂୁବାର ସକାଳେ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଯାନବାହାନ ଚେକିଂ କରୁଥିବା ବେଳେ ଚୋରୀ ଗାଡ଼ିର ସୁରାକ ମିଳିଥିଲା । ଯାଂଚ ସମୟରେ ପୁଲିସକୁ ୧୯ଟି ଚୋରା ମୋଟର ସାଇକେଲର ସନ୍ଧାନ ମିଳିଥିଲା । ମୁଖ୍ୟ ଆସାମୀ ସମେତ ୧୦ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୯ଟି ଚୋରା ମୋଟର ସାଇକେଲକୁ ହିଞ୍ଜିଳି ପୁଲିସ ଜବତ କରିଛି । ଗିରଫ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ହିଞ୍ଜିଳି ଥାନା ବୁରୁପୋଡ଼ା ଗ୍ରାମର ମିଟୁ ଦଳେଇ (୨୧) । ମିଟୁଙ୍କ ଠାରୁ ଚୋରାରେ ମୋଟର ସାଇକେଲ କିଣିବା ଅଭିଯୋଗରେ ପୁଲିସ ଅନ୍ୟ ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଶେରଗଡ଼ ଥାନା ଗୋଠଗାଁ ଗ୍ରାମର କୃଷ୍ଣ ମହାନ୍ତି (୩୦), ଉତମ ମହାନ୍ତି (୨୮), ଅରୁଣ ମହାନ୍ତି (୩୬), ପବିତ୍ର ଲେଙ୍କା (୨୧), କାହ୍ନୁ ସୁଆଁସିଆ(୨୮), ବୁରୁପୋଡ଼ା ଗ୍ରାମର ଶ୍ରୀକାନ୍ତ ବରଡ଼(୨୬), ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମର ବିପିନ ନାୟକ ଓରଫ ବୁଲୁ (୨୯), ବଇଁଚବଣିଆର ପିଂଟୁ ସାହୁ(୨୯) ଓ ପାଟପୁର ଥାନା ପଥରପୁଞ୍ଜି ଗ୍ରାମର ବନବାସ ସ୍ୱାଇଁ (୨୮) । ଏ ନେଇ ହିଞ୍ଜିଳି ଥାନାରେ ନଂ-୪୪୦/୨୦ରେ ଏକ ମାମଲା ରୁଜୁ କରି ଗିରଫ ସମସ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଚଳିତ ମାସ ୨ ତାରିଖ ରାତ୍ର ପ୍ରାୟ ୯ ଟା ସମୟରେ ହିଞ୍ଜିଳିକାଟୁ ପୌରାଂଚଳ ମାଣିକନଗର ୪ର୍ଥ ଲାଇନ ବାସିନ୍ଦା କୌଳାଶ ବେହେରା ଘର ବାରଣ୍ଡାରେ ନିଜ ହୋଣ୍ଡା ସାଇନ ମୋଟର ସାଇକେଲ(ଓଡ଼ି୦୭ଏଫ ୦୩୨୫)କୁ ରଖିଥିବା ବେଳେ କୌଣସି ଦୁବୃର୍ତ ଲୁଟ୍ କରି ନେଇ ଯାଇଥିଲା । ଏ ନେଇ କୌଳାଶ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୪୪୦/୨୦ରେ ଏକ ମାମଲା ରୂଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ପୁଲିସ ଅଧିକାରୀ ମାନେ ଗୁରୂୁବାର ସକାଳେ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଯାନବାହାନ ଜେକିଂ କରୁଥିବା ବେଳେ ବୁରୁପୋଡ଼ା ଗ୍ରାମର ମିଟୁ ପୁଲିସ ହାବୁଡ଼ରେ ପଡ଼ିଥିଲେ । ଚଲାଉଥିବା ଗାଡ଼ିର କାଗଜପତ୍ର ପୁଲିସକୁ ନଦେଖାଇ ପାରିବାରୁ ସନ୍ଦେହରେ ମିଟୁକୁ ପୁଲିସ ଥାନାକୁ ଆଣି ଜେରା କରିଥିଲା । ଜେରା ସମୟରେ ମିଟୁ ଘର ମଧ୍ୟରେ ୬ଟି ଚୋରା ଗାଡ଼ି (ଟିଭିଏସ ଆପାଚି, ହୋଣ୍ଡା ସାଇନ୍‌, ହିରୋହୋଣ୍ଡା ସ୍ଳେଣ୍ଡର, ହିରୋହୋଣ୍ଡା ସିଡ଼ି ଡ଼ିଲକ୍ସ, ହିରୋ ଗ୍ଳେମର ଗାଡ଼ିକୁ )ଘରେ ରଖିଥିବା ସ୍ୱୀକାର କରିଥିଲେ । ପରବର୍ତୀ ସମୟରେ ଉତମ ମହାନ୍ତିଙ୍କୁ ୨ଟି ଗାଡ଼ି ୟାମାହା ଏଫ୨ଏସ ଓ ଏକ୍ଟିଭା ୪ଜିି, କୃଷ୍ଣ ମହାନ୍ତିଙ୍କୁ ୨ଟି ଗାଡ଼ି ଏଭିଟର, ଏକ୍ଟିଭା, ବନବାସି ସ୍ୱାଇଁଙ୍କୁ ୩ଟି ଗାଡ଼ି ହିରୋହୋଣ୍ଡା ସିଡ଼ି ଡ଼ିଲକ୍ସ, କାଇନେଟିକ୍ କିଙ୍ଗ୍‌, ବଜାଜ ପଲସର୍‌, ବିପିନ ନାୟକଙ୍କୁ ହିରୋହୋଣ୍ଡା ପେସପ ପ୍ଳସ, ଅରୁଣ ମହାନ୍ତିଙ୍କୁ ହୋଣ୍ଡା ୟୁନିକର୍ଣ୍ଣ, ପିଂଟୁ ସାହୁଙ୍କୁ ହିରୋହୋଣ୍ଡା ସ୍ଳେଣ୍ଡର, ପବିତ୍ର ଲେଙ୍କାଙ୍କୁ ହିରୋ ଗ୍ଳେମର, କାହ୍ନୁ ସୁଆଁସିଆଙ୍କୁ ଟିଭିଏସ ଷ୍ଟାର ସିଟି ଓ ଶ୍ରୀକାନ୍ତ ବରଡ଼ଙ୍କୁ ଏକ୍ଟିଭା ୩ଜି ସ୍କୁଟି ବିକ୍ରି କରିଥିବା ନେଇ ପୁଲିସକୁ କହିଥିଲେ । ଚୋରା ବାଇକ କିଣିଥିବା ଅଭିଯୋଗରେ ୯ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନ୍ୟ ୧୩ଟି ମୋଟର ସାଇକେଲକୁ ମଧ୍ୟ ପୁଲିସ ଜବତ କରିଥିଲା । ପ୍ରକାଶ ଥାଉକି ଗିରଫ ମିଟୁଙ୍କ ନାମରେ ଗାଡ଼ି ଚୋରୀ କରିଥିବା ନେଇ ପୂର୍ବରୁ ହିଞ୍ଜିଳି ଥାନାରେ ୨ଟି ମାମଲା ରହିଛି । ୨ ଦିନ ମଧ୍ୟରେ ୧୯ଟି ବାଇକୁ ଜବତ କରିଥିବାରୁ ଆସିକା ଏସଡ଼ିପିଓ ଶ୍ରୀ ପ୍ରଧାନ ହିଞ୍ଜିଳି ଥାନାର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣଈାଇଛନ୍ତି । ଅନ୍ୟପକ୍ଷରେ ଅନ୍ୟାନ ଚୋରୀ ମୋଟର ସାଇକେଲ ଘଟଣାର ତଦନ୍ତ ଚାଲିଥିବା ନେଇ ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଏସଆଇ ମମତା ସାମନ୍ତରାୟ କହିଛନ୍ତି । ଚୋରୀ ମୋଟର ସାଇକେଲ ଘଟଣାର ପର୍ଦ୍ଧାପାଶ ହୋଇଥିବାରୁ ହିଞ୍ଜିଳି ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ