ବାଇକ୍ ଡିକି ଭାଙ୍ଗି ଚୋରି କରିଥିବା ଦୁଇ ଲୁଟେରା ଗିରଫ; ଟଙ୍କା ଓ ବାଇକ୍ ଜବତ 

ବୁଗୁଡ଼ା,(ଅନିଲ କୁମାର ମହାରଣା): ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନରସିଂହ ପଲ୍ଲୀ ଛକ ଠାରେ ଗତ ୧୪ ତାରିଖରେ ଘଟିଥିବା ଏକ ବାଇକ ଡ଼ିକି ଭାଙ୍ଗି ଟଙ୍କା ଚୋରି ଘଟଣାରେ ୨ ଜଣ ଲୁଟେରା ପୋଲସରା ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ଗିରଫ ଦୁଇ ଜଣ କୋଦଳା ଅଞ୍ଚଳର ଶିବ ଚୈଧୁରୀ ଓ ପି.କ୍ରିଷ୍ଣା ହୋଇଥିବା ବେଳେ ସେମାନଙ୍କ ଠାରୁ ଚୋରି ହୋଇଥିବା ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ଓ ସେମାନେ ବ୍ୟବହାର କରିଥିବା ସେମାନଙ୍କ ପଲସର୍ ବାଇକ୍ ଜବତ ହୋଇଛି । ଘଟଣାର ସୂଚନା ପ୍ରକାରେ ହାତୀଓଟ ଗ୍ରାମର ଅମେରେନ୍ଦ୍ର ବିଶ୍ବାଳ ନିଜ ମିନି ବ୍ୟାଙ୍କ ପାଇଁ ପୋଲସରା ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟରୁ ନଗଦ ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ। ନରସିଂହପୁର ଗ୍ରାମରେ କୈଣସି କାମ ନିମନ୍ତେ ସେଠାରେ ବାଇକ୍ କୁ ପାର୍କିଂ କରିଥିଲେ । ହେଲେ ବ୍ୟାଙ୍କରୁ ହିଁ ପିଛା କରିଥିବା ଦୁଇ ଜଣ ଲୁଟେରା ଡିକି ଭାଙ୍ଗି ଟଙ୍କା ନେଇ ପଳାଇ ଯାଇଥିଲେ। ଯାହାକୁ ନେଇ ପୋଲସରା ପୋଲିସ ଥାନା କେଶ ନଂ ୨୧୮/୨୦ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ବ୍ୟାଙ୍କ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁଇ ଲୁଟେରା ଶିବ ଓ କ୍ରିଷ୍ଣା କୁ ଗିରଫ କରିବା ସହ ନଗଦ ଟଙ୍କା , ବାଇକ୍ ଜବତ କରାଯାଇଥିବା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ