ବାଇକ୍ ଦୁର୍ଘଟଣାରେ ଇଞ୍ଜିନିୟର ଆହତ
ହାଟଡ଼ିହି, (ସୌମ୍ୟରଞନ) : ମରୈଗାଁ – ଢ଼େଙ୍କା ରାସ୍ତାର ଶଙ୍ଖଣା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଇଞ୍ଜିନିୟର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଏ.ଆର.ଏସ.ଏସ କମ୍ପାନୀରେ କାର୍ଯ୍ୟରତ ଇଞ୍ଜିନିୟର ଦେବାଶିଷ ମଲ୍ଲିକ ନିଜ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମନୋହରପୁରକୁ ବାଇକ୍ ଯୋଗେ ଫେରୁୂଥିବାବେଳେ ଗତକାଲି ଶଙ୍ଖଣା ନିକଟରେ ସମ୍ମୁଖରୁ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦେବାଶିଷ ସେଠାରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦେବାଶିଷଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତ ଓ ପରେ ଭଦ୍ରକ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରୁଛନ୍ତି ।


