ବାଇକ୍ ଦୁର୍ଘଟଣାରେ ଗହଣା ବ୍ୟବସାୟୀ ମୃତ
ଗୋପ (ଯୁଗାବ୍ଦ ନ୍ୟୁଜ୍):ନିମାପଡା-ଗୋପ ରାସ୍ତାର ଧିରପୁରଠାରେ ଗତକାଲି ରାତି ୧୧ଟାରେ ଗୋପ ବଜାରର ଗହଣା ବ୍ୟବସାୟୀ ମନୋଜ ସାହୁଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମନୋଜ ଏବଂ ତାଙ୍କର ଅନ୍ୟ ଏକ ବ୍ୟବସାୟୀ ବନ୍ଧୁ ନିମାପଡାସ୍ଥିତ ସାଇ ଲୋଟସରେ ଥିବା ଏକ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଏକ ମାରୁତି ୱାଗନର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ସେଠାରେ ଦୁଇ ଜଣଯାକ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଲୋକେ ତାଙ୍କୁ ନିମାପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ମେଡିକାଲକୁ ପଠାଇ ଏକ ମାମଲା ରୁଜୁ କରିଛିା ତାଙ୍କର ମୃତ୍ୟୁରେ ଲକ୍ଷ୍ମୀବଜାରର ବ୍ୟବସାୟୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।