ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ନୂଆପଡା, (ଡୋଲେଶ୍ବର ବାଗ):ନୂଆପଡା ଜ଼ିଲ୍ଲା ବୋଡ଼େନ ବ୍ଲକ ଲିମପଡା ଗ୍ରାମର ରମେଶ ଚନ୍ଦ୍ର ମାଝୀ ଓ ସୁରେଶ ମାଝୀ ଉଭୟ ନିଜ ବାଇକ୍ OD 26 D 5676 ଯୋଗେ ଆଜି କୌଣସି ଏକ କାମରେ ନିଜ ଗ୍ରାମରୁ ଖରୀଆର କୁ ଯାଉଥିଲେ । ଡୁର୍କା ମୁଣ୍ଡା ପାଖରେ ଥିବା ଏକ ବ୍ରିଜ ଉପରେ ଦୁର୍ଘଟଣା ଘଟିଥିଲା ।କୌଣସି ସୂତ୍ରରୁ ସୂଚନା ପାଇ ଏସ ଆଇ କେଦାର ମାଝୀ ଓ ପୋଲିସ ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ପୋଲିସ ଓ ସ୍ଥାନୀୟ ଲୋକ ମିଶି ଦୁର୍ଘଟଣାଗ୍ରସ୍ତ ମାଝୀ ଦ୍ବୟଙ୍କୁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ରମେଶ ମାଝିଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ଭାବରେ ଆହତ ସୁରେଶ ମାଝିଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ