ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମରେ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ରାଧାଦେଇପୂର ଗ୍ରାମର ବୁନା ମହାଙ୍କୁଡ (୪୫) ଓ ଆହତ ଜଣଙ୍କ କୈଳାସ ସୁଆଁଶିଆ (୩୨) ବୋଲି ସୂଚନା ମିଳିଛି। ଖବର ଅନୁଯାୟୀ, ରାଧାଦେଇପୁର ଗ୍ରାମର ବୁନା ଗୌଡ଼ ଏବଂ କୈଳାସ କୌଣସି କାମରେ ବାଇକ୍ ଯୋଗେ ସଂଢେପ ଗ୍ରାମକୁ ଯାଇ ସେଠାରୁ ଫେରୁଥିବା ବେଳେ ନରସିଂହ ଗଡ଼ ପିପିଲିଗୁଡା ଗ୍ରାମ ନିକଟରେ ବୁଲାଣି ରେ ବାଇକ୍ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଯାଇଥିଲା। ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ କୈଳାସ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ବୁନା ମହାଙ୍କୁଡ ଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆହତ କୈଳାସଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଖବର ପାଇ ପାଟପୁର ଥାନା ପୋଲିସ ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ମଙ୍ଗଳବାର ବ୍ରହ୍ମପୁର ମେଡିକାଲ ପଠାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି। ଦୁର୍ଘଟଣାର ତଦନ୍ତ ଚଳାଇ ଥିବା ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଖବର ଲେଖା ସୁଦ୍ଧା ପାଟପୁର ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ