ବାଇକ୍ ଦୁର୍ଘଟଣାରେ ୧ଗୁରୁତର

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ଚାଇଁପୁର ଛକ ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଆହତ ବ୍ୟକ୍ତି ଜଣକ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଜମ୍ଭିରା ଗ୍ରାମର ଅମିୟ କୁମାର ବେହେରା ବୋଲି ଜଣାଯାଇଛି । ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟା ସମୟରେ ଓଡି-୦୪-ସି-୬୬୮୨ ସୁପର ସ୍ଲେଣ୍ଡର ବାଇକ୍ ଯୋଗେ ଜମ୍ଭିରା ଗ୍ରାମର ଅମିୟ ବେହେରା ବନ୍ତରୁ ଆନନ୍ଦପୁର ଆଡକୁ ଯାଉଥିଲେ । ଚାଇଁପୁର ଛକ ଠାରେ ଅପରପାଶ୍ୱର୍ରୁ ଓଡି-୨୨-ପି-୯୪୫୦ ବୁଲେଟରେ ଆସୁଥିବା ଭୁବନେଶ୍ୱରପୁର ଶାସନ ଗ୍ରାମର ମହେଶ୍ୱର ସାହୁଙ୍କ ସହିତ ଧକ୍କା ହୋଇଥିଲା । ଫଳରେ ଦୁଇ ବାଇକ ଚାଳକ ରାସ୍ତା ଉପରେ ପଡି ଯାଇଥିଲେ । ଦୁଇ ବାଇକ କ୍ଷତିଗ୍ରସ୍ତ ହେବା ସହ ବାଇକ୍ ଚାଳକ ଅମିୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେ ଏବେ ଚିକିତ୍ସିତ ଅଛନ୍ତି । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ଉଭୟ ବାଇକ୍ ଜବତ କରି ଥାନାକୁ ଆଣିଛି । ବୁଧବାର ସୁଦ୍ଧା ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ