ବାଇକ୍ ଦୁର୍ଘଟଣା ରେ ଜଣେ ମୃତୁ

ଚୌଦ୍ଵାର : (ଦୀପକ୍ କୁମାର ବେଉରା) ଚୌଦ୍ଵାର ଜେଲ୍ ରୋଡ ସମ୍ମୁଖରେ ଦୁର୍ଘଟଣା ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ତାଙ୍କ ଭିଣୋଇ ଘର ଡ।ଳି ଯୋଡ଼ା ବ୍ରହ୍ମପୁର ଗ୍ରାମ କୁ ନିଜ ପଲସର୍ ୨୨୦ ବାଇକ୍ ଯୋଗେ ଯାଉଥିବା ସମୟରେ ଜେଲ୍ ରୋଡ ପାଖରେ ଏକ ଗାଈ କୁ ଧକା ଦେଇ ତଳେ ପଡ଼ିଯାଇଥିଲେ। ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହେବା ଦେଖି ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସି ଗୁରୁତର ଯୁବକକୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଆହତ ଯୁବକ ଜଣକ ଖୁଣ୍ଟୁଣି ଥାନା ଘଣ୍ଟି ଖାଲ ଅଞ୍ଚଳ ର ବୋଲି ଜଣା ପଡିଛି ।ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ