ବାଇକ୍ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

ରାଇକିଆ, (ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ଟିକାବାଲି ଶଙ୍କରାଖୋଲ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣା ରେ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଫୁଲବାଣୀ ପଟୁ ଆସୁଥିବା ବାଇକ ଟି ଭାରସ୍ୟାମ ହରାଇ ରାସ୍ତା କଡ଼ରେ ଥିବା ଗାର୍ଡ ୱାଲ୍ ରେ ପିଟି ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ l ଘଟଣା ସ୍ଥଳରେ କଇଁଝର ପଞ୍ଚାୟତ ଗଣ୍ଡ ଗାଁର ପିଲକାନlଜୁ ଗ୍ରାମର ଗଙ୍ଗା ଧର କହଁର ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ବପଲମେଣ୍ଡି ଗ୍ରାମର ଟମେ ମାଲିକକୁ ଟିକାବାଲି ଥାନା ପୋଲିସ ପହଁଚି ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ । ଘଟଣା ସ୍ଥଳରେ ଟିକାବାଲି ଥାନା ଅଧିକାରୀ ରେବତି ଶବର କେସ ନ୩୮/୨୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ