ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି – ଫାଶୀଗୁଡ଼ା ରାସ୍ତାରେ ରବିବାର ସନ୍ଧ୍ୟା ପ୍ରାୟ ସାଢେ଼ ୫ ଟାରେ ୨ ଟି ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ କାର୍ଯୀ ସାହିର ଶୁଭେନ୍ଦୁ ଓରଫ ଶୁଭ ପଣ୍ଡା।ଅନ୍ୟ ଜଣେ ଗୁରୁତର ଆହାତ ଯୁବକ ଜଣକ ପାଟପୁର ଥାନା କଲରା ପଦର ଗ୍ରାମର ମନୋଜ ସେଠୀ ବୋଲି ଖବର ମିଳିଛି। ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡ଼ାକ୍ତର ଶୁଭେନ୍ଦୁ ଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ମନୋଜ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଶୁଭେନ୍ଦୁ ଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ପଠାଇଛନ୍ତି। ଶୁଭେନ୍ଦୁ ଡେଙ୍ଗାଓସ୍ତା ବଜାରର କାମସାରି ତାଙ୍କ ମାଆଙ୍କୁ ବାଇକ୍ ରେ ବସାଇ ଭୀଷ୍ମଗିରି ଗ୍ରାମ ସ୍ଥିତ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ମନୋଜ ଭୀଷ୍ମଗିରି ସ୍ଥିତ ସଢୁ ଘରୁ ବାଇକ୍ ଯୋଗେ ଦୃତ ଗତି ରେ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ