ବାଇକ୍ ଦୂର୍ଘଟଣା ଜଣେ ଗୁରୁତର : ଜଣେ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ମୋହନା ଥାନା ଯୁବଗାଁ ନିକଟରେ ରବିବାର ସନ୍ଧ୍ୟାରେ ବାଇକ୍ ଦୂର୍ଘଟଣା ଘଟିଛି । ଏଥିରେ ଜଣେ  ଗୁରୁତର ଜଣେ ଆହତ ହୋଇଥିବାର ଜଣାପଡିଛି । ଗୁରୁତର ଜଣଙ୍କ ହେଲେ ଆର୍ ଉଦୟଗିରି ଗ୍ରାମର ସନ୍ତୋଷ କୁମାର ଗୌଡ଼ ଏବଂ ଆହତ ଜଣଙ୍କ ହେଲେ ଚନ୍ଦ୍ରଗିରି ଗ୍ରାମର ସନ୍ତୋଷ ଦଳାଇ ।ପରିବାର ଲୋକଙ୍କ ଠାରୁ ସୂଚନା ପ୍ରକାରେ ଦଳାଇ ଏବଂ ଗୌଡ଼ ପାଞ୍ଚଆମ୍ବ ଗ୍ରାମରୁ ଗୋଟିଏ ବାଇକ୍ ଯୋଗେ ଚନ୍ଦ୍ରଗିରି ଯାଉଛି ବୋଲି କହି ଘରୁ ଯାଇଥିଲେ । କିନ୍ତୁ ସେମାନେ କୌଣସି କାମରେ ଚନ୍ଦ୍ରଗିରି ଅତିକ୍ରମ କରି ଯୁବଗାଁ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଲଟାବୁଦା ମଧ୍ୟରେ ଫସିଯାଇଥିଲେ । ସ୍ଥାନୀୟ ଲୋକେ ଉଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସନ୍ତୋଷ ଗୌଡ଼ଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ