ବାଇକ୍ ଧକ୍କାରେ ଜଣେ ମୃତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗୁରୁବାର ସନ୍ଧ୍ୟାରେ ବାଇକ୍ ଧକ୍କାରେ ଗାଙ୍ଗପୁର ଥାନା କାଳିଆଗୁଡା ଗ୍ରାମର ଜଣେ 45 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଗୁରୁବାର ସନ୍ଧ୍ୟା 7 ଟା ସମୟରେ କାଳିଆଗୁଡା ଗ୍ରାମର ମିଟୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୨୪) ବାଇକରେ ଯାଉଥିବା ବେଳେ କାଳିଆଗୁଡା ଶଙ୍ଖ ଉପରେ ଅସାବଧାନତା ବଶତଃ ଚାଲି ଚାଲି ଯାଉଥିବା ସେହି ଗ୍ରାମର ବିମଳ ପ୍ରଧାନ(୪୫)ଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଉଭୟେ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଚିକିତ୍ସା ପାଇଁ ପଠେଇଥିଲେ । କିନ୍ତୁ ସେଠାରେ ଡାକ୍ତର ବିମଳକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗାଙ୍ଗପୁର ପୁଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ