ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅଧିନ କୋରୁଅ ପଂଚାୟତ ଧୁଆଁପଦା ଗ୍ରାମର ଜୈନିକ ବୃଦ୍ଧଙ୍କର ଅଜଣା ବାଇକ୍ ଧକ୍କାରେ ସୋମବାର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ନାରାୟଣ ସ୍ୱାଇଁ(୭୦) । ସୂଚନା ମୁତାବକ ନାରାୟଣ ନିଜ ଘର ସମ୍ମୁଖରେ ଶନିବାର ମଧ୍ୟାହ୍ନ ସମୟରେ ବୁଲୁଥିବା ବେଳେ ଏକ ବାଇକ ଧକ୍କା ଦେଇଥିଲା । ନାରାୟଣ ତଳେ ପଡିଯିବାରୁ ମୁଣ୍ଡ ତଳେ ମାଡ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପରିବାର ଲୋକ ତାଙ୍କୁ ଚିକିତ୍ସା ଲାଗି କଟକସ୍ଥିତ ଏକ ଘରୋଇ ହସପିତାଲରେ ଭର୍ତି କରିଥିଲେ ।ସୋମାବର ସକାଳୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିତାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ଅବସ୍ଥାରେ ଆଜି ସଂଧ୍ୟା ରେ ମୃତ୍ୟୁ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ