ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ-ପରିବହନ ମନ୍ତ୍ରୀ

ଭୁବନେଶ୍ୱର- ଦିଲ୍ଲୀରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚେତାବନୀ କହିଛନ୍ତି ଏଣିକି ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ହେବ । ୩ ମାସ ସମୟ ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି କରାଯିବ । ଏଥିରେ ଖିଲାପ କଲେ ଜରିମାନା ଆଦାୟ କରାଯିବ । ଏହାଛଡ଼ା ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଜରିମାନା କୋହଳ ପାଇଁ ଆଲୋଚନା ହୋଇଛି । ଆଇନ ପରିବର୍ତ୍ତନ ହୋଇନାହିଁ । ଜରିମାନା କୋହଳ ନେଇ ସମ୍ମତି ମିଳିଲେ ଏହା କମିବ। ମାତ୍ର ଏଯାଏ ନିଷ୍ପତ୍ତି ହୋଇନାହିଁ । ଦୁର୍ଘଟଣା ହ୍ରାସ ପାଇଁ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ମୋବାଇଲ ଭ୍ୟାନ୍ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ